ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରାଥାନା ପୁଲିସ ଗତକାଲି ଜଣେ ବେଆଇନ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ନାଗମୁଣ୍ଡୁଳି ଗ୍ରାମର ବିରଞ୍ଚି ସାହୁ ଓରଫ କୁନି । ସେ ଘର ପଛରେ ବିଦେଶୀ ମଦ ରଖି କାରବାର କରୁଥିବା ସୂଚନା ମିଳିଥିଲା । ପୁଲିସ ଚଢ଼ାଉ କରି ତାଙ୍କ ପାଖରୁ ୪୮ଟି ବିୟର ଏବଂ ୪୫ଟି ୧୮୦ ଏମଏଲ ବିଦେଶୀ ମଦ ଜବତ କରିଛି । ଏନେଇ ସଦରଥାନାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





