ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଡାକ୍ତରଙ୍କୁ ଚିନ୍ତାରେ ପକାଇଛି ଡେଲଟା ଭାରିଏଣ୍ଟ । ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ଡେଲଟା ବା ବି.୧.୬୧୭.୨ ଭାରିଏଣ୍ଟ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ଲୋକଙ୍କ ଶରୀରରେ ନୂଆ ନୂଆ ଲକ୍ଷଣ ଦେଖାଯାଉଥିବା ବେଳେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ଦ୍ରୁତ ଗତିରେ ପହଞ୍ଚି ପାରୁଛି । ବିଶ୍ୱରେ ବିଭିନ୍ନ ପ୍ରାନ୍ତରେ ଥିବା ଡାକ୍ତରମାନେ ଡେଲଟା ଭାରିଏଣ୍ଟ ଅନ୍ୟ ଷ୍ଟ୍ରେନ୍ ଗୁଡିକ ଠାରୁ କେତେକ ମାରାତ୍ମକ, ତା’ର ତଥ୍ୟ ହାସଲ କରିବାରେ ଲାଗିଛି । ବିଶ୍ୱ ସଂଗଠନ କିଛିଦିନ ତଳେ ଭାରତରେ ଠାବ ହୋଇଥିବା ଭାରିଏଣ୍ଟର ନାଁ ଡେଲଟା ରଖାଯାଇଥିଲା । ଏଥିସହ ଗତବର୍ଷ ବ୍ରିଟେନରେ ଠାବ ହୋଇଥିଲା ଆଲଫା ଭାରିଏଣ୍ଟ । ଆଲଫା ଭାରିଏଣ୍ଟ ଠାରୁ ବିପଦଜ୍ଜନକ ଥିଲା ଡେଲଟା । ଡେଲଟା ଭାରିଏଣ୍ଟ ଆକ୍ରାନ୍ତ ହେଉଥିବା ଲୋକଙ୍କ ପାଖରେ ଶବଚ୍ଚ ଶକ୍ତି ହ୍ରାସ, ଭୟଙ୍କର ଗ୍ୟାଷ୍ଟ୍ରିକ୍ ଓ ରକ୍ତ ଜମାଟ ଭଳି ଲକ୍ଷଣ ଦେଖାଯାଉଛି ।





