ନୟାଗଡ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ହାବିଲଦାର ଜୟନ୍ତ କୁମାର ବେହେରାଙ୍କୁ ଆଜି ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ଆଜି ନିଲମ୍ବନ କରିଛନ୍ତି । ଏନେଇ ଦଶପଲ୍ଲା ଭାରପ୍ରାପ୍ତ ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି । ସେ ଜଣେ ବାଇକ ଚାଳକଙ୍କ କାଗଜପତ୍ର ଯାଞ୍ଚ କରି ହାବିଲଦାୟ ଜୟନ୍ତ ୫ ଶହ ଟଙ୍କା ଦିଅନ ନହେଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଥିବା ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଜିଲ୍ଲା ପୁଲିସ ପୁଣି ଥରେ ଲଜ୍ଜିତ ହୋଇଥିବା ବେଳେ ହାବିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଆଜି ଜିଲ୍ଲା ପୁଲିସ ପକ୍ଷରୁ ଏସପି ହାବିଲଦାରଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି ।





