ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ଆଜି ୯ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରିଛନ୍ତି । ଉକ୍ତ ଜିଲ୍ଲା ଗୁଡିକରେ କରୋନା ସଂକ୍ରମଣ କମୁଥିବାରୁ ଗ୍ରୀନ୍ ଜୋନ ଘୋଷଣା ହୋଇଛିି । ଏହି ଜିଲ୍ଲା ଗୁଡିକ ହେଲା ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ମାଲକାନଗିରି, ଝାରସୁଗୁଡ଼ା, ଦେବଗଡ଼, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା । ଆଗାମୀ ଦିନରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ସରକାର ସମସ୍ତ ଜିଲ୍ଲା ଉପରେ ତିକ୍ଷ୍ନ ନଜର ରଖିଛନ୍ତି । ଯେଉଁ ଜିଲ୍ଲାରୁ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି ତାହାକୁ ଗ୍ରୀନ୍ ଜୋନ୍ ଘୋଷଣା କରାଯାଉଛି । ୟେଲୋ ଓ ରେଡ୍ ଜୋନରେ ରହିଥିବା ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବ ପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।





