Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ବଦଳାଇ ଦେଲା ବେଉସା….

by ସଞ୍ଜୟ ସ୍ୱାଇଁ
June 8, 2021
in Business, State
କରୋନା ବଦଳାଇ ଦେଲା ବେଉସା….
231
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନା କାଳରେ ଲକଡାଉନ-ସଟଡାଉନ ମଣିଷ ଜୀବନ ଓ ଜୀବିକାର ମୋଡ଼ ବଦଳାଇଦେଇଛି । ମହାମାରୀରେ କୂଳବେଉସାଠୁ ଭିନ୍ନ ଭିନ୍ନ ବିଜନେସ୍ ସବୁ କିଛି ପ୍ରଭାବିତ ହୋଇଛି । ଗତ ବର୍ଷରୁ ଏଯାଏଁ କଟକଣାରୁ କୋହଳ ଓ ପୁଣି କୋହଳରୁ କଟକଣା ଦେଖାଇଛି ଅନେକ ଦୟନୀୟ ଓ ଦୁଃଖଭରା କାହାଣୀ । ହେଲେ ଆଜି ଆମେ ଆପଣଙ୍କୁ ଦୁଇ ଜଣଙ୍କ କାହାଣୀ କହିବୁ । ଭୂତାଣୁ ଭୟ ଭିତରେ ଭାଙ୍ଗି ନଯାଇ ଜୀବନ ଜିଇଁବାର ବାଟ ବଦଳାଇଦେଇଛନ୍ତି । ଭୁବନେଶ୍ୱର ସିଆରପି ଛକରେ ମୋବାଇଲ୍ ଦୋକାନ ଭଳି ଦେଖାଯାଉଥିବା ଏହି ଦୋକାନରେ ମୋବାଇଲ ବଦଳରେ ଏବେ ମିଳୁଛି ରାସନ୍ । ଦିନେ ଭେରାଇଟି ବ୍ରାଣ୍ଡ୍ ମୋବାଇଲ ଷ୍ଟୋର ମହାମାରୀ ପାଇଁ ଏବେ ପାଲଟିଯାଇଛି ଭେରାଇଟି ଷ୍ଟୋର । ଆଉ ଏହି ଲକଡାଉନ୍-ସଟଡାଉନରେ ସଟର ପଡ଼ିଥିବା ଦୋକାନକୁ ପୁଣିଥରେ ଛିଡ଼ା କରିଛନ୍ତି ସନ୍ଦିପ୍ ସେଠୀ । ଆତ୍ମବଳ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାତଗୋଡ଼ ଚଳାଇ ରୋଜଗାର ବାଟ ବାହାର କରିଛନ୍ତି ଏହି ଯୁବକ । ଏନେଇ ମଧ୍ୟ ସେ ଖୁସିରେ ଥିବା କହି ଅନ୍ୟଙ୍କୁ କୁହନ୍ତି ଯେ, କରୋନା କାଳରେ ଦୋକାନରେ ତାଲା ପକାଇ ଘରେ ବସିବା ଅପେକ୍ଷା ରାସନ୍ ଦୋକାନରୁ ରୋଜଗାରର ନୂଆ ବାଟ ପାଇଛି । ଠିକ୍ ସେହିପରି କାହାଣୀ ଆସିଛି ଓଲ୍ଡଟାଉନ୍ ଅଞ୍ଚଳରୁ । ଦୀର୍ଘ ଦୁଇ ଦଶନ୍ଧି ଧରି ଟ୍ରାଭେଲ ଏଜେନ୍ସି ଜୀବିକା ଜରିଆରେ ଜୀବନ ବିତାଉଥିଲେ ପ୍ରଦୀପ ସାହୁ । ପ୍ରଦୀପଙ୍କ ଉପରେ ବି କୋଭିଡ୍ କଟକଣା ଛାଟ ପଡ଼ିଲା । ଯେଉଁଥିପାଇଁ ଲକଡାଉନ୍-ସଟଡାଉନରେ ଟ୍ରାଭେଲ୍ସ ବେପାର ପୂରାପୁରି ଠପ୍ । ପରିବାର ପୋଷିବା ପାଇଁ ଟ୍ରାଭେଲ୍ସ ଦୋକନ ପୋଷ୍ଟ ପଛରେ ତେଜରାତି ଦୋକାନୀର ଟ୍ୟାଗ୍ ଲଗାଇଦେଲେ ପ୍ରଦୀପ । ଏନେଇ ପ୍ରଦୀପ କୁହନ୍ତି ବହୁତ କଷ୍ଟରେ ଏହି ରାସନ୍ ଦୋକାନଟିଏ କରିଛି, ଯାହା ଦୁଇ ପଇସା ହେଉଛି ସେଥିରେ ପରିବାର ପେଟକୁ ଦୁଇଗଣ୍ଡା ଖାଇବା ହେଇଯାଉଛି । ନିଜ ନିଜର ପୁରୁଣା ବୃତ୍ତିକୁ ଲକଡାଉନର ଲକ୍ଷ୍ମଣରେଖା ପଛରେ ରଖି ଜୀଇଁବାର ତରିକା ବାହାରକରିଛନ୍ତି । ସରକାର ଓ ଭାଗ୍ୟର ବାହାନା କାଢୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!