ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ ନୌସେନାକୁ ମିଳିବ ଆମେରିକାର ଶକ୍ତିଶାଳୀ ସି ହକ୍ ହେଲିକପ୍ଟର । ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସୂଚନାନୁସାରେ, ଆମେରିକାର ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଇଥିବା ଏମଏଚ୍-୬୦ଆର ସି ହକ୍ ହେଲିକପ୍ଟର ନୌସେନାରେ ମୁତୟନ ହେବ । ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଭାରତ ନୌସେନାକୁ ୨୪ଟି ହେଲିକପ୍ଟର ୨ଟି ହେଲିକପ୍ଟର ମିଳିବ । ୨୪ଟି ହେଲିକପ୍ଟର ମୂଲ୍ୟ ୧୭୫୦୦ କୋଟି ରହିଛି । ରୋମିଓ ନାମରେ ପରିଚିତ ଥିବା ସି ହକ୍ ହେଲିକପ୍ଟର ୨୦୨୪ ସୁଦ୍ଧା ସମସ୍ତ ହେଲିକପ୍ଟର ଭାରତରେ ବହଞ୍ଚିବ । ସି ହକ୍ ହେଲିକପ୍ଟର ପଡୋଶୀ ଶତ୍ରୁ ଦେଶ ପାଇଁ ମହାଅସ୍ତ୍ର ପାଲିଟିବା ସହ ଶତ୍ରୁମାନଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିବ ।





