ନୟାଗଡ଼ (ବାଘୁଆବାର୍ତ୍ତା): ଟର୍ଟାର:- ଟର୍ଟାର ଦାନ୍ତ ମୂଳରେ ଜମିଥିବା ପ୍ଲାଜ । ତିନି ସପ୍ତାହ ଧରି ପ୍ଲାଜା ଜମି ରହିଲେ ହିଁ ତାହା ଟର୍ଟାର ବା ପ୍ରଚଳିତ କଥାରେ ପଥରରେ ପରିଣତ ହୁଏ । ଟର୍ଟାର ଏତେ ଶକ୍ତ ଗଠିନ ଯେ ଯାହା ବ୍ରଶ କରି ଦାନ୍ତକୁ ଟର୍ଟାର ମୁକ୍ତ କରାଯାଇ ପାରେ ନାହିଁ ଏବଂ ଏହା ପରେ ଉପଯୁକ୍ତ ଚିକିତ୍ସା ନ ହେଲେ ଟର୍ଟାର ଭିତରେ ଜମିଥିବା ଏସିଡ (ଯାହାର ଜନ୍ମ ବ୍ୟାକ୍ଟେରୀଆ ମଧ୍ୟରୁ) ଦାନ୍ତ ମୂଳରେ ଅର୍ଥାତ ଦାନ୍ତ ଯେଉଁଠି ସୂକ୍ଷ୍ମ ସୂକ୍ଷ୍ମ ଫାଇବର ଦେଇ ହାଡ ଗର୍ତ୍ତରେ ବସା ଯାଇଛି ସେଇ ପର୍ଯ୍ୟନ୍ତ ଚାଲିଯାଏ ଓ ପକେଟର ସୃଷ୍ଟି କରେ । କ୍ରମାନୁସାରେ ଏସିୀଡ ବଢ଼ିଲେ ଫାଇବର ଗୁଡିୁକ ଅଲଗା ହୋଇଯାଇ ଏକ ସମୟରେ ଦାନ୍ତକୁ ଧରି ରଖିବାର କ୍ଷମତା ହରାଇ ବସେ । ଦାନ୍ତ ହଲେ, ପଡିଯାଏ । ଡାକ୍ତର ବାବୁ ସେତେବେଳେ ଦାନ୍ତ ଉପାଡି ଦେବାକୁ ବାଧ୍ୟ ହୁଅନ୍ତି । ଏହି ଧରଣର ପକେଟ ପାଖାପାଖି ଦାନ୍ତ ଗୁଡିକର ଢ଼ଦ୍ୟ ସମାନ କ୍ଷତିକରେ । ବେଳେବେଳେ ପ୍ଲଜ ଜମି ଯେଉଁ ବ୍ୟାକ୍ଟେରିଆ ସୃଷ୍ଟି ହୁଏ, ତାହା ସିଧା ସଳଖ ଭିତରକୁ ଯାଇ ମାଢ଼ିର କ୍ଷତି କରେ । ମାଢ଼ି ଫୁଲି ପୂଜ ବାହାରିଥାଏ । ଅନେକ ଦିନ ଏହି ଅବସ୍ଥାରେ ରହିଲେ ଫାଇବରଗୁଡିକ ଦୁର୍ବଳ ହୋଇ ଆସେ ଓ ହାଡ କ୍ଷୟ ପାଏ, ଫଳରେ ଦାନ୍ତ ପଡିଯିବାର ଅଧିକ ସମ୍ଭାବନା ଦେଖାଦିଏ । ଏହାକୁ ଡିଜିଭାଇଟିସ ବା ପାୟୋରିଆ କୁହାଯାଏ । ଟର୍ଟାର ହେଲେ ଡାକ୍ତର ପରାମର୍ଶ ନେବା ଉଚିତ । ଆବଶ୍ୟକ ଯନ୍ତ୍ର ଯାହାଯ୍ୟରେ ସେ ଏହି ଟର୍ଟାର ପରିଷ୍କାର କରିଦେବେ । ଡିଜିଭାଇଟିସ ବା ପାୟୋରିଆ ସାଧାରଣତଃ ଆଣ୍ଟିବାୟୋଟିକ ଦିଆଯାଏ । ତାହା ବ୍ୟତୀତ ରୋଗୀଙ୍କୁ ସଠିକ ଭାବରେ ବ୍ରସ କରିବାକୁ କୁହାଯାଏ । ଆଣ୍ଟିବାୟୋଟିକ ମାଉଥ ୱାସ ମଧ୍ୟ ବିଶେଷ କାର୍ଯ୍ୟ କରେ । କେରିଜ :- କେରିଜକୁ ଚଳିତ ଭାଷାରେ କୁହାଯାଏ ପୋକା ଦାନ୍ତ । ପ୍ରକୃତ ଏହା କୌଣସି ପୋକା ଦାନ୍ତ ନୁହେଁ କି ପୋକ ଖାଇ ନଥାଏ । ଏହା ଏକ ପ୍ରକାର ଦନ୍ତ କ୍ଷୟ । ଲ୍ୟାକ୍ଟୋବ୍ୟାସିଲସ ନାମକ ଭୋଟିଏ ବ୍ୟାକ୍ଟେରିଆ ଯେତେବେଳେ ଦାନ୍ତକୁ ଆକ୍ରମଣ କରେ ସେତେବେଳେ ହିଁ ଏହି କ୍ଷୟ ଆରମ୍ଭ ହୁଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଦନ୍ତକ୍ଷୟ ଯେତେବେଳେ ଆରମ୍ଭ ହୁଏ, ସେତେବେଳେ ବୁଝାଯାଏ ନା ଯେ, ଦାନ୍ତଟି ରୋଗଗ୍ରସ୍ତ । ସେଇ ବ୍ୟାକ୍ଟେରିଆ ଯେତେବେଳେ ଡେଣ୍ଟିନର (ଦାନ୍ତର ଠିକ ଭିତର ଅଂଶଟି) ପାଖାପାଖି ପହଞ୍ଚିଯାଏ ସେତେବେଳେ ହିଁ ଯନ୍ତ୍ରଣା ଆରମ୍ଭ ହୋଇଯାଏ । ସେଇ ଅବସ୍ଥାରେ ଡାକ୍ତରଙ୍କ ପରାମର୍ଶ ନେଲେ ସେମାନେ ସେଇ ଗର୍ତ୍ତକୁ ଫିଲ କରି ଦିଅନ୍ତି କିନ୍ତୁ ଗର୍ତ୍ତ ଖୁବ ଗଭୀର ହେଲେ ଏବଂ ତାହା ପଲ୍ସ ଚେମ୍ବର ଅର୍ଥାତ ରକ୍ତବାହୀ ନଳୀ ଗୁଡିକ ଇଆଡେ ସିଆଡେ ପହଞ୍ଚି ଯାଏ ସେତେବେଳେ ଆଉ ଫିଲିଂର କେଔଣସି କାମ ହୁଏନା । ସେତେବେଳେ ରୁଟ୍ କ୍ୟାନେଲ ଥେରୋପି କରିବାକୁ ପଡିଥାଏ । ଅର୍ଥାତ ରୁଟ କ୍ୟାନେଲ ଠାରୁ ନଳୀ ଓ ସ୍ନାୟୁ ବାହାର କରି ଫିଲିଂ କରିଦିଆହୁଏ । ଅନେକଙ୍କ ଧାରଣା ଗୋଟିଏ ଦାନ୍ତର କେରିଜ ହେଲେ ପାଖାପାଖି ଦାନ୍ତ ଗୁଡିକ କ୍ଷତିଗ୍ରସ୍ତ ହୁଏ । କିନ୍ତୁ ଏ ଧାରଣା ଭୁଲ ବରଂ ଯେଉଁ ଦାନ୍ତ ପୋକାହୁଏ ତାହାର ଓଲଟା ଦିଗ ଦାନ୍ତରେ ତାହା ହେବାର ସମ୍ଭାବନା ବେଶୀ ।





