Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବନୀତ ରାଣା ହରାଇପାରନ୍ତି ଲୋକସଭା ସଦସ୍ୟତା

by ସଞ୍ଜୟ ସ୍ୱାଇଁ
June 8, 2021
in NATIONAL NEWS, Politics
ନବନୀତ ରାଣା ହରାଇପାରନ୍ତି ଲୋକସଭା ସଦସ୍ୟତା
395
VIEWS
Share on FacebookShare on Twitter

ଅମରାବତୀ, (ବାଘୁଆବାର୍ତ୍ତା): ନକଲି କାଗଜପତ୍ର ଜରିଆରେ ଜାତି ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗର ସାମ୍ନା କରୁଥିବା ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ଵେ ହାଇକୋର୍ଟରୁ ଝଟକା ଲାଗିଛି। ଅଦାଲତ ରାଣାଙ୍କ ଜାତି ପ୍ରମାଣପତ୍ର ଖାରଜ କରିଛନ୍ତି। ଏତିକି ନୁହେଁ କୋର୍ଟ ତାଙ୍କ ଉପରେ ଦୁଇ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ରାଣା ଅମରାବତୀ ସଂସଦୀୟ କ୍ଷେତ୍ରରୁ ନିର୍ଦ୍ଦଳୀୟ ସାଂସଦ। ତାଙ୍କ ସ୍ଵାମୀ ରବି ରାଣା ବଡନେରା ବିଧାନସଭାର ବିଧାୟକ। ଏହା ପୂର୍ବରୁ ମଧ୍ୟ ୨୦୧୪ରେ ଅଦାଲତ ତାଙ୍କର ଜାତି ପ୍ରମାଣପତ୍ରକୁ ଖାରଜ କରିଥିଲେ। ଅମରାବତୀରୁ ପ୍ରଥମ ଥର ସାଂସଦ ହୋଇଥିବା ନବନୀତ ରାଣାଙ୍କ ଉପରେ ଲୋକସଭା ସଦସ୍ୟତା ହରାଇବାର ବିପଦ ଦେଖା ଦେଇଛି। ଅମରାବତୀ ଲୋକସଭା ଆସନ ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ। କୋର୍ଟ ଏ ପର୍ୟ୍ୟନ୍ତ ଏହି ମାମଲା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନୟ ଜଗତରୁ ରାଜନୀତିରେ ପ୍ରବେଶ କରିଥିବା ନବନୀତ ସାତୋଟି ଭାଷାରେ ପାରଙ୍ଗମ। ସେ ୨୦୧୯ ସାଧାରଣ ନିର୍ବାଚନରେ ଶିବସେନା ନେତା ଆନନ୍ଦରାଓ ଅଦସୁଲଙ୍କୁ ପରାସ୍ତ କରିଥିଲେ। ରାଣାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ନକଲି ଜାତି ପ୍ରମାଣପତ୍ର ଦେଇ ଏସସି ସଂରକ୍ଷିତ ଆସନରୁ ନିର୍ବାଚନ ଲଢିଛନ୍ତି। ଏପରିକି ସେ ନକଲି କାଗଜପତ୍ର ଦେଇ ସ୍କୁଲ ସାର୍ଟିଫିକେଟ୍ ମଧ୍ୟ ତିଆରି କରିଛନ୍ତି। ନବନୀତ ମହାରାଷ୍ଟ୍ରର ଆଠ ମହିଳା ସାଂସଦଙ୍କ ମଧ୍ୟରୁ ଜଣେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!