ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦେବତ୍ତୋର କଲୋନୀ ଲେନ ୧ରେ ଆଜି ଜଣେ ବ୍ୟକ୍ତିଙ୍କ ଘର କାମ ଚାଲିଥିଲା । ସେଠାରେ କାମ କରୁଥିବା ଜଣେ ଶ୍ରମିକଙ୍କ କୈାଣସି କାରଣରୁ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ସଦରଥାନା ଅନ୍ତର୍ଗତ ନୂଆକଣ୍ଟାବଣିଆ ଗ୍ରାମର ସ୍ୱର୍ଗତ ସନ୍ତୋଷ ପଣ୍ଡାଙ୍କ ପୁଅ ମାନସ ପଣ୍ଡା । ଆଜି ମାନସ କାମ କରୁଥିବା ବେଳେ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।





