ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟରେ ଡ୍ରଗ୍ସ କାରବାର ବନ୍ଦ ପାଇଁ ସରକାରଙ୍କ ନୂଆ ରଣନୀତି। ଏସଟିଏଫକୁ ଦିଆଗଲା ସ୍ଵତନ୍ତ୍ର ଦାୟିତ୍ଵ। ଏସଟିଏଫରେ କାର୍ୟ୍ୟକାରୀ ହେବ ନାର୍କୋଟିକ୍ସ ୟୁନିଟ୍। ଜଣେ ଏସପି, ୩ ଡିଏସପିଙ୍କ ସହ ୨୭ଟି ନୂଆ ପୋଷ୍ଟକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡ୍ରଗ୍ସ ଚୋରା କାରବାରକୁ ଦମନ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପୋଲିସ ଡିଜି ଅଭୟ। ପୋଲିସ ଡିଜି ଏସଟିଏଫକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଡ୍ରଗ୍ସ କାରବାର ରୋକିବାରେ ଏସଟିଏଫ୍ ବଡ଼ ଭୂମିକା ନିଭେଇଛି। ତେବେ ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ ପଦକ୍ଷେପ ନେବୁ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ।





