Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୁମା କହିଲେ ସୋନୁ ହୁଅନ୍ତୁ ପ୍ରଧାନମନ୍ତ୍ରୀ, ମୋର ବୟସ ହୋଇନି: ସୋନୁ

by ସଞ୍ଜୟ ସ୍ୱାଇଁ
June 8, 2021
in NATIONAL NEWS
ହୁମା କହିଲେ ସୋନୁ ହୁଅନ୍ତୁ ପ୍ରଧାନମନ୍ତ୍ରୀ, ମୋର ବୟସ ହୋଇନି: ସୋନୁ
200
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ସୋନୁ ସୁଦ ନିଜେ ଲାଜେଇ ଯାଇଛନ୍ତି । ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି, ‘ଟିକେ ଅଧିକ ହୋଇଗଲା’ । ସେ କହିଛନ୍ତି, ‘ହୁମା ବହୁତ ଦୟାଳୁ । । ଯଦି ସେ ଭାବୁଛନ୍ତି ଯେ ମୁଁ ଏହି ସମ୍ମାନ ପାଇଁ ଯୋଗ୍ୟ ତାହେଲେ ନିଶ୍ଚୟ କିଛି ଭଲ କରିଥିବେ । କିନ୍ତୁ ମୁଁ ଏଥିରେ ତାଙ୍କ ସହ ସହମତ ନୁହେଁ । ଆମ ପାଖରେ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ଅଛନ୍ତି । ଏହିଭଳି ଦାୟିତ୍ୱ ନେବା ପାଇଁ ମୋର ବୟସ ହୋଇନି । ରାଜୀବ ଗାନ୍ଧୀ ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ସେମିତି ପରିସ୍ଥିତି ଥିଲା । ତା’ଛଡା ସେ ଜଣେ ରାଜନୈତିକ ପରିବାରରୁ ଆସିଥିଲେ । ଏହି ଭଳି କୌଣସି ଯୋଗ୍ୟତା ନାହିଁ ।’ ସ୍ପଟବଏ ସହ କଥା ହୋଇ ସୋନୁ ସୁଦ କହିଛନ୍ତି ଯେ ସେ ନିଜକୁ ରାଜନୀତିଠୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ରାଜନୀତି ତାଙ୍କ ବିରୋଧୀଙ୍କୁ ଅଶାନ୍ତି କରିବ । ସେ କହିଛନ୍ତି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜମା ଚାହାଁନ୍ତିନି ଯେ ସୋନୁ ସୁଦ ରାଜନୀତିରେ ପ୍ରବେଶ କରନ୍ତୁ । ସେମାନଙ୍କୁ ସେ ଧୋକା ଦେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । ସେ ବାସ ନିଜ କାମ କରିବାକୁ ଚାହୁଁଛନ୍ତି । ସେ ଜଣେ ଅଭିନେତା ଭାବେ ନିଜ କାମକୁ ଖୁବ ଉପଭୋଗ କରୁଛନ୍ତି ଓ ସାଧାରଣ ଜନତାଙ୍କ ସମସ୍ୟାର ଏକ ଅଂଶ ବୋଲି ସୋନୁ କହିଛନ୍ତି । ରାଜନୀତିରେ ସାମିଲ ନ ହୋଇ ମଧ୍ୟ ଆମେ ସମସ୍ତ ନିଜ ନିଜ କାମ କରିପାରିବା ବୋଲି କହିଛନ୍ତି ସୋନୁ ସୁଦ । କିଛି ଦିନ ପୂର୍ବରୁ ହୁମା କ୍ୟୁରେଶି ବଲିଉଡ ହଙ୍ଗାମା ସହ କଥାବାର୍ତ୍ତା ବେଳେ ସେ କଣ ବିଚାର କରୁଛନ୍ତି ସେ ସମ୍ପର୍କରେ କହିଥିଲେ । ହୁମା କହିଥିଲେ ଯେ ସୋନୁ ସୁଦ ନିର୍ବାଚନ ଲଢ଼ି ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ । କରୋନା କାଳରେ ଲୋକଙ୍କୁ ସେ ଯେଉଁଭଳି ଭାବେ ସାହାଯ୍ୟ କରିଛନ୍ତି ଏବଂ ଏବେ ବି କରୁଛନ୍ତି ତାକୁ ଦେଖି ଅନେକ ଲୋକ ସୋନୁଙ୍କୁ ଏହି ଭଳି ପରାମର୍ଶ ଦେଇଛନ୍ତି । କିନ୍ତୁ ସୋନୁ ସୁଦ କେବଳ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ହୁମା କ୍ୟୁରେଶି ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ମହାରାଣୀ’ରେ ନିଜର ଅଭିନୟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ହୁମା ମୁଖ୍ୟମନ୍ତ୍ରୀ ଚରିତ୍ରରେ ଅଭିନୟ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!