Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌

by ସଞ୍ଜୟ ସ୍ୱାଇଁ
June 8, 2021
in Crime, NATIONAL NEWS
ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌
418
VIEWS
Share on FacebookShare on Twitter

ଜୋହାନ୍ସବର୍ଗ, (ବାଘୁଆବାର୍ତ୍ତା): ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହାତ୍ମା ଗାନ୍ଧିଙ୍କୁ ଅଣନାତୁଣୀଙ୍କ ଉପରେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏସଆର୍ ମହାରାଜ ଭାରତରୁ ନନ୍-ଏକଜିଷ୍ଟେଣ୍ଟ କନସାଇନମେଣ୍ଟ ଆମଦାନୀ ଶୁଳ୍କକୁ କ୍ଲିୟର୍ କରାଇବା ପାଇଁ ଲତା ରାମଗୋବିନଙ୍କୁ ୬.୨ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ ଆଡଭାନ୍ସ ଦେଇଥିଲେ। ସେଥିରୁ ତାଙ୍କୁ ଲାଭର ଏକ ଅଂଶ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଜଣାଶୁଣା ରାଇଟ୍ସ ଆକ୍ଟିଭିଷ୍ଟ ଇଲା ଗାନ୍ଧି ଓ ଦିବଙ୍ଗତ ମେଓ୍ବା ରାମଗୋବିନଙ୍କ ଝିଅ ଲତା ରାମଗୋବିନଙ୍କୁ ଡର୍ବାନ ସ୍ପେଶାଲାଇଜଡ୍ କର୍ମଶିଆଲ୍ କ୍ରାଇମ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ଖାରଜ କରିଦିଆଯାଇଛି। ୨୦୧୫ରେ ଯେତେବେଳେ ଲତା ରାମଗୋବିନଙ୍କ ବିରୋଧରେ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହୋଇଥିଲା, ସେତେବେଳେ ନ୍ୟାଶନାଲ୍ ପ୍ରୋସିକ୍ୟୁଟିଙ୍ଗ୍ ଅଫରିଟି ବ୍ରିଗେଡିୟର୍ ହାଙ୍ଗୱାନୀ ମୁଲାଉଦଜ କହିଥିଲେ ଯେ ସମ୍ଭାବ୍ୟ ନିବେଶକଙ୍କୁ ମନାଇବା ପାଇଁ ସେ କଥିତ ଭାବେ ଫର୍ଜି ଚାଲାଣ ଓ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ। ସେହି ସମୟରେ ଲତା ରାମଗୋବିନଙ୍କୁ ୫୦ହଜାର ରାଣ୍ଡ୍ ସହ ଜାମିନ୍ ମିଳିଥିଲା। ସୋମବାର ଶୁଣାଶି ବେଳେ କୋର୍ଟ କହିଛନ୍ତି ଯେ ଲତା ରାମଗୋବିନ୍ ନ୍ୟୁ ଆଫ୍ରିକା ଆଲିଆନ୍ସ ଫୁଟୱେର୍ ଡିଷ୍ଟ୍ରିବ୍ୟୁଟର୍ସର ନିର୍ଦ୍ଦେଶକ ମହାରାଜଙ୍କ ସହ ୨୦୧୫, ଅଗଷ୍ଟରେ ସାକ୍ଷାତ କରିଥିଲେ। ଉକ୍ତ କମ୍ପାନୀ କପଡା, ଲିନେନ୍ ଓ ଜୋତାର ଆମଦାନୀ ଓ ନିର୍ମାଣ ଏବଂ ବିକ୍ରି କରେ। ମହାରାଜଙ୍କ କମ୍ପାନୀ ଅନ୍ୟ କମ୍ପାନୀକୁ ଲାଭାଂଶ ଆଧାରରେ ଅର୍ଥ ଦିଅନ୍ତି। ରାମଗୋବିନଙ୍କ ପରିବାର ଓ ନେଟ୍ କେୟାର୍ ଡକ୍ୟୁମେଣ୍ଟ ଅନୁଯାୟୀ କାରଣରୁ ମହାରାଜ କରଜ ପାଇଁ ଲତାଙ୍କ ସହ ଏକ ଲିଖିତ ଚୁକ୍ତି କରିଥିଲେ। କିନ୍ତୁ ପରେ ଯେତେବେଳେ ସେ ଏହି ଠକେଇ ବିଷୟରେ ଜାଣିବାକୁ ପାଇଲେ, ସେ ଲତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!