ଭୁବନେଶ୍ୱର(ବାଘୁଆବାର୍ତ୍ତା): ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କେନ୍ଦ୍ର ସରକାର କୋଭିଡ୍ ଟିକା ଦେବେ ବୋଲି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଆସନ୍ତା ଜୁନ ୨୧ରୁ ରାଜ୍ୟଗୁଡ଼ିକୁ ମାଗଣା ଟିକା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କୋଭିଡ୍ ଟିକାକରଣକୁ ଏକ ଜାତୀୟ ମିଶନ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ଜୀବନ ହେଉଛି ମୂଲ୍ୟବାନ। ସମସ୍ତଙ୍କର ଟିକାକରଣ ନହେବା ପର୍ୟ୍ୟନ୍ତ କେହି ନିରାପଦ ନୁହଁନ୍ତି। କୋଭିଡ୍-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇରେ ଦେଶ ପାଇଁ ଆମେ ସମସ୍ତେ ଏକଜୁଟ ହୋଇଛେ ବୋଲି କହିଛନ୍ତି।





