ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ନେହେରୁପାଟଣା ଗ୍ରାମର ଭଉଁରିଆ ସାମଲଙ୍କ ଏକ ଆସନ୍ନ ପ୍ରସବା ଗାଈ ବ୍ୱଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସଂପୃକ୍ତ ଗାଈଟିକୁ ଗୋପାଳକ ନିକଟସ୍ଥ ଖଣ୍ଡିଆବନ୍ଧ ନିକଟ ଜମିରେ ଚରୁଥିବା ବେଳେ ହଠାତ୍ ବଜ୍ରପାତ ଘଟି ଘଟଣାସ୍ଥଳରେ ସଂପୃକ୍ତ ଗାଈଟିି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।





