ନୟାଗଡ଼,(ବାଘୁଆବାର୍ତ୍ତା): ଧାନ କିଣା ନେଇ ନାନା ସମସ୍ୟା, ୟାସ୍ ବାତ୍ୟାରେ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ସାରା ରାଜ୍ୟ ଭଳି ନୟାଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ ବିଜେପି କର୍ମକର୍ତ୍ତାଙ୍କଠାରୁ ଏହି ଦାବିପତ୍ର ଗ୍ରହଣ କରିଥିଲେ। ରାଜ୍ୟ ବିଜେପି କୃଷକ ମୋଦର୍ଚ୍ଚା ସମ୍ପାଦକ ସନ୍ତୋଷ ପ୍ରଧାନ, ଜିଲ୍ଲା ବିଜେପି କୃଷକ ମୋ ର୍ଚ୍ଚା ସଭାପତି ଶିବଶଙ୍କର ମହାନ୍ତି, ଶ୍ରୀକାନ୍ତ ଖଟେଇ, ପ୍ରହ୍ଲାଦ ବରାଡ଼ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ।





