ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାକାଶ ଯାତ୍ରା କରିବେ ଜେଫ୍ ବେଜୋସ । ଜେଫ୍ ବେଜୋସ ଆମାଜନ କଂପାନୀର ପ୍ରତିଷ୍ଠାତା । ଆମାଜନ ପ୍ରତିଷ୍ଠାତା ବେଜୋସ୍ ଆସନ୍ତା ଜୁଲାଇ ମାସରେ ବ୍ଲୁ ଅରିଜିନ୍ ଫ୍ଲାଇଟରେ ଯାତ୍ରା କରିବେ । ଆମଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ତାଙ୍କ କଂପାନୀ ବ୍ଲୁ ଅରିଜିନ୍ ମାଧ୍ୟମରେ ଲୋକଙ୍କୁ ସ୍ପେସ୍ ଟୁରିଜିମ୍ ଯୋଗାଇବାକୁ ଘୋଷଣା କରିଥିଲେ । ବ୍ଲୁ ଅରିଜିନ୍ ଫ୍ଲାଇଟ ମହାକାଶକୁ ନ୍ୟୁ ଶେପେଡ୍ ସ୍ପେସ୍ ଟୁରିଜିମ୍ ରକେଟ ୧୪ଥର ସଫଳତାର ସହିତ ପରୀକ୍ଷଣ କରିସାରିଛି । ଉକ୍ତ କଂପାନୀ ଏହି ମହାକାସ ଯାନକୁ ଅବତରଣ ଓ ଉତକ୍ଷେପଣ କରିବାରେ ସଫଳ ହୋଇଛି । ଜେଫ୍ ବେଜୋସ ମହାକାଶଯାନର ନାମ ଏନଏସ-୧୪ ରଖିଛନ୍ତି । କଂପାନୀ ଲଞ୍ଚ ପରିକ୍ଷଣ ସମୟରେ ନୂତନ ବୁଷ୍ଟର ଏବଂ ଅପଗ୍ରେଡ୍ କ୍ୟାପସୁଲ୍ ପରୀକ୍ଷା କରିଥିଲା । ଏହି ଅପଗ୍ରେଡ ଭର୍ସନରେ ଯାତ୍ରୀଙ୍କ ସୁବିଧା ମଧ୍ୟ ପରୀକ୍ଷା କରିଛି । ମିଶନ୍ କଣ୍ଟ୍ରୋଲ ସହିତ କଥା ହେବା ପାଇଁ ଏକ ପୁସ୍-ଟୁ-ଟକ୍ ସିଷ୍ଟମ, ପ୍ରତ୍ୟେକ ସିଟରେ ଏକ ନୂତନ କୃ ଆଲର୍ଟ ସିଷ୍ଟମ, କ୍ୟାପସୁଲ୍ ଶଦ୍ଦ ହ୍ରାସ କରିବା ପାଇଁ କୁଶନ ଲାଇନିଂ, ବାୟୁର ସ୍ଥିତି ଏବଂ ଆଦ୍ରତା ନିୟନ୍ତ୍ରଣ କରିବା ସିଷ୍ଟମ ରହିଛି ।





