ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟ୍ୱିଟର ଉପରେ ବ୍ୟାନ୍ ଲଗାଇଛି ନାଇଜେରିଆ ସରକାର । ଆମେରିକାର ନିୟମ ଉଲଘଂନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ୍ ଡିଲିଟ୍ କରିବା ପରେ ଦେଶ ଅନିର୍ଦ୍ଧିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ଆମେରିକା ଓ ୟୂରୋପୀୟ ୟୁନିଅନ୍ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ତର୍ଜାତୀୟ ମାନବ ଅଧିକାର ଗୋଷ୍ଠୀ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି । ନାଇଜେରିଆରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଟ୍ୱିଟରରେ ପ୍ରବେଶ ସ୍ଥଗିତ କରିଛି ନାଇଜେରିଆ ଟେଲିକମ୍ ଅପରେଟରମାନେ ।





