ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦେଶବାସୀଙ୍କ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ବୋଧନ ଦେଇଛନ୍ତି । ଦେଶରେ ଏବେ ସ୍ୱଦେଶୀ ଟିକା ପ୍ରସ୍ତୁତ ହୋଇଥିବାରୁ୨୩ କୋଟିରୁ ଅଧିକ ଲୋକଙ୍କର ଟିକା କରଣ ସମ୍ଭବ ହୋଇପାରିଥିବା ମୋଦୀ କହିଛନ୍ତି । ଜୁନ୍ ୨୧ ତାରିଖରେ ଯୋଗ ଦିବସ ହୋଇଥିବାରୁ ଏହି ଦିନ ପରଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଭାରତରେ ଟିକା କରଣ ଦୁନିଆଁରେ ବେଶ୍ ଗତିଶୀଳ ହୋଇଥିବା କଥା କହିଛନ୍ତି । ଏଥି ସହିତ ଆସନ୍ତା ଦୀପାବଳୀ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବ ବୋଲି ମୋଦି କହିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ କରି ମାଗଣା ରାସନ ଯୋଗାଣ ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆଜି ମାଗଣା ଟିକା ସହ ମାଗଣା ରାସନ କଥା କହିଛନ୍ତି। କରୋନା ପାଇଁ ଲୋକଙ୍କ ଜୀବିକା ବିପନ୍ନ ହୋଇଥିବାରୁ ମାଗଣା ରାସନ ବ୍ୟବସ୍ଥା କରାଯାଇଛି। ଦୀପାବଳି ଯାଏ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ। ଏହି ଯୋଜନାରେ ପ୍ରାୟ ୮୦ କୋଟି ଭାରତୀୟ ମାଗଣା ରାସନ ପାଇବେ। ଗତବର୍ଷ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗିରବ କଲ୍ୟାଣ ଯୋଜନା ଆଧାରରେ ଏହି ସୁବିଧା ମିଳିବ।୨୦୨୦ରୁ ଲାଗୁ ହୋଇଥିବା ଏହି ଯୋଜନାକୁ ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଇଛି। ମୋଦି କହିଛନ୍ତି, ମହାମାରୀ ସମୟରେ ସରକାର ଗିରବଙ୍କ ସହ ଅଛନ୍ତି। ନଭେମ୍ବର ଯାଏ ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ। ସରକାରଙ୍କ ଘୋଷଣା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ୮୦ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ। ସମସ୍ତଙ୍କୁ ମାଗଣା ରାସନ ମିଳିବ। ସେହିପରି ଲୋକମାନେ ପୂର୍ବଭଳି ୫ କେଜି ଚାଉଳ, ଗହମ ଓ ଡାଲି ଯଥାକ୍ରମେ ୩, ୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ ମଧ୍ୟ କିଣିପାରିବେ।





