କଟକ,(ବାଘୁଆବାର୍ତ୍ତା): ପୁଲିସ ନଜରରେ ବ୍ରାଉନସୁଗାର ବେପାରୀ । ଗତ କିଛି ଦିନ ଧରି ରାଜ୍ୟରେ ବ୍ରାଉନସୁଗାର ଉପରେ ଚାଲିଛି ଧରପଗଢ଼ । ବିଭିନ୍ନ ଜିଲ୍ଲାରେ ଗଞ୍ଜେଇ ଓ ବ୍ରାଉନସୁଗାର ଉପରେ ନଜର ପକାଇଛି ଏସଟିଏଫ ଓ ପୁଲିସ ବିଭାଗ । ଆଜି କମିସନରେଟ୍ ପୁଲିସକୁ ବଡ ସଫଳତା ମଳିଛି। କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ଗୋଟିଏ ବାଇକ୍, ଗୋଟିଏ କାର୍ ଏବଂ ୪ଟି ମୋବାଇଲ୍ ଜବତ କରିଛି। ୩ ଅଭିଯୁକ୍ତ କୋଲକାତାରୁ ବ୍ରାଉନସୁଗାର ଆଣି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିକ୍ରି କରୁଥିଲେ। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି।






