ରଣପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ପକ୍ଷରୁ ସୋମବାର ରଣପୁରରେ ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି । ରଣପୁର ବ୍ଲକର ପ୍ରଥମ ଦିନରେ ୪୧ ଜଣ ହିତାଧିକାରୀଙ୍କୁ ପଟ୍ଟା ଓ ୧୧ ଜଣ ହିତାଧିକରୀଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଛି। ରାଜ୍ୟସରକାରଙ୍କ ତଥା ରାଜସ୍ବ ବିପର୍ୟ୍ୟୟ ପରିଚାଳନା ୫ – ଟି ଅଧୀନରେ ଥିବା ସମୟସୀମା ମଧ୍ୟରେ ଜନସାଧାରଣଙ୍କୁ ଜନକଲ୍ୟାଣ ଯୋଜନାଗୁଡିକ ହାତ ପାହାନ୍ତାରେ ପହଞ୍ଚିବା ହେଉଛି ସରକାରଙ୍କ ମୂଳଲକ୍ଷ୍ୟ। ସରକାରୀ କାର୍ୟ୍ୟାଳୟ ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗାଯୋଗ ହ୍ରାସ କରିବା ପାଇଁ ତହସିଲ କାର୍ୟ୍ୟାଳୟରେ ଦିଆ ଯାଉଥିବା ଦାଖଲ ଖାରଜ ଓ ପ୍ରମାଣପତ୍ର କାଗଜ ଗୁଡିକ ସମ୍ପୂର୍ଣ ଭାବେ ଅନଲାଇନରେ କାର୍ୟ୍ୟ କରାଯାଉଛି । ଯେଉଁଠାରେ ଡିଜିଟାଲ ଓ ଇଣ୍ଟରନେଟ ସୁବିଧା ନାହିଁ ସେମାନେ ତହସିଲ କାର୍ୟ୍ୟାଳୟ ଓ ମୋ ସେବା କେନ୍ଦ୍ରକୁ ଆସିଥାନ୍ତି । ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ନାଗରିକଙ୍କୁ ଅଫିସ କାର୍ୟ୍ୟଳୟକୁ ଆସିବା ସମ୍ପୂର୍ଣ ଭାବେ ବାରଣ କରାଯାଇଛି । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି କୋଭିଡ୍ କଟକଣା ସମୟରେ ନାଗରିକଙ୍କୁ ନିରବଛିନ୍ନ ଭାବେ ରାଜସ୍ୱ ସେବା ଯୋଗଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରଣପୁର ତହସିଲ ପକ୍ଷରୁ ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏହି ରଥର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ୧୦ ଜଣ ହିତାଧିକାରୀଙ୍କୁ ଘରଘର ବୁଲି ପଟ୍ଟା ବଣ୍ଟନ କରାଯାଇଥିଲା । ଏହି ଅବସରରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ତହସିଲଦାର ସଂଜୟ କୁମାର ସାମନ୍ତରା , ଅତିରିକ୍ତ ତହସିଲଦାରଅଶୋକ ପଟ୍ଟନାୟକ, ରାଜସ୍ୱ ସହାୟକ ଅରୁଣ କୁମାର ସେଠୀ, ରାଜସ୍ୱ ପର୍ୟ୍ୟବେକ୍ଷକ ପ୍ରମୋଦ କୁମାର ବେହେରା, ରଣପୁର ରାଜସ୍ୱ ନୀରିକ୍ଷକ ମନୋଜ କୁମାର ପ୍ରଧାନ, ଚାନ୍ଦପୁର ରାଜସ୍ୱ ନିରୀକ୍ଷକ ଅନିଲ କୁମାର ବେହେରା, ଗୋପାଳପୁର ରାଜସ୍ୱ ନିରୀକ୍ଷକ ମାନସ ନାୟକ ଓ ତହସିଲ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।





