ନୟାଗଡ଼ (ବାଘୁଆବାର୍ତ୍ତା): ଦାନ୍ତ ପରିଷ୍କାର: – ଦାନ୍ତ ରୋଗର ପ୍ରଧାନ ଓ ପ୍ରଥମ କାରଣ ଦାନ୍ତ ଠିକ ଭାବରେ ପରିଷ୍କାର ନ କରିବା ବା ଦାନ୍ତ ପରିଷ୍କାର କରିବାର ସଠିକ ପଦ୍ଧତିଟି ନ ଜାଣିବା । ଯେହେତୁ ଅନେକ ଏ ବିଷୟରେ ଅଜ୍ଞ ତେଣୁ ଶିଶୁକୁ ମଧ୍ୟ ଏମାନେ ସଠିକମ ଭାବରେ ଦାନ୍ତ ମାଜିବାରେ ପଦ୍ଧତିଟି ମଧ୍ୟ ଶିଖାଇ ଦେଇ ପାରି ନଥାନ୍ତି । ଫଳରେ ସେଇ ଶୈଶବରୁହିଁ ଶିଶୁଟିର ଦନ୍ତରୋଗର ସୂଚନା ହୁଏ । ପ୍ରତିଦିନ ନିୟମିତ ଭାବରେ ଦୁଇ ବେଳା ଦାନ୍ତ ମାଜିବା ଉଚିତ । ସକାଳ ଓ ରାତ୍ରିରେ ଶୋଇବାକୁ ଯିବା ପୂର୍ବରୁ ରାତ୍ରିରେ ଶୋଇବା ପୂର୍ବରୁ ବ୍ରସ କରିବା ଓ ସକାଳ ବ୍ରସ କରିବାଠାରୁ ବେଶି ଜରୁରୀ । ଖାଇବା ବେଳେ ଯେଉଁ ସବୁ ଖାଦ୍ୟର କ୍ଷୁଦ୍ର ଅଂଶ (ଟୁକୁରା) ଦାନ୍ତ ଫାଙ୍କରେ ଢୁକିଯାଏ ସ୍ୟାଲାଇଭର ସଂମିଶ୍ରଣରେ ସେଠାରେ ଗୋଟିଏ ପ୍ରକାର ଧଳା ଚକଚକ ପଦାର୍ଥ ତିଆରି ହୁଏ । ଇଂରାଜୀରେ ଯାହାକୁ କୁହାଯାଏ “ପ୍ଲାଜା” । ବ୍ରସ କରିବା ଅର୍ଥ ଦୁଇ ଦାନ୍ତର ମଝି ଅଂଶରେ ଜମି ରହିଥିବା ସେଇ ପ୍ଳାକ ପରିଷ୍କାର କରିବା । ଦାନ୍ତ ମାଜିବାର ସଠିକ ପଦ୍ଧତିଟି ଜଣା ନଥିଲେ ଏହି ପ୍ଲାକ ପରିଷ୍କାର ହେବନାହିଁ, ଫଳରେ ଜମିଥିବା ପ୍ଲାକରେ ବ୍ୟାକଟେରୀଆ ଜନ୍ମ ନେବେ ଓ ଧୀରେ ଧୀରେ ସେଇ ବ୍ୟାକଟେରୀଆ ଦାନ୍ତ ମୂଳରେ ଜମି ଟର୍ଟାର ନାମକ ଗୋଟିଏ ଶକ୍ତ କଠିନ ଜିନିଷ ତିଆରି କରିବ । ଓଡିଆରେ ଯାହାକୁ କହିଥାନ୍ତି ପଥର । ଦିନ ବେଳେ ଜଳୀୟ ବା ତରଳ ଖାଦ୍ୟା ସବୁ ସମୟରେ ହିଁ ଏହି ଜମାଟ ବାନ୍ଧିଥିବା ପ୍ଲାକର ନିଃସରଣ ଘଟାଏ । ତାହା ବ୍ୟତୀତ ଦିନବେଳେ ସ୍ୟାଲାଇଭା ନିଃସରଣ ମଧ୍ୟ ଅଧିକ ପରିମାଣରେ ହୋଇଥାଏ, ଫଳରେ ପ୍ଲାକ ଜମିପାରେ ନାହିଁ । କିନ୍ତୁ ରାତ୍ର କାଳରେ ଯେହେତୁ ସ୍ୟାଲେଇଭା କମ ବାହାରିଥାଏ ତେଣୁ ଦାନ୍ତ ମୂଳରେ ଜମିଥିବା ପ୍ଲାକରେ ବ୍ୟାକଟେରୀଆ ସହଜରେ ଜନ୍ମ ନେଇପାରେ । ରାତ୍ରିରେ ଖାଇବା ପରେ ବ୍ରସ କରିନେଲେ ସେଇ ପ୍ଲାକ ପରିଷ୍କାର ହୋଇଯାଏ । ବ୍ୟାକଟେରୀଆ ମଧ୍ୟ ଜନ୍ମି ପାରେ ନାହିଁ । ବ୍ରସ କରିବେ କିପରି: – ବର୍ତ୍ତମାନ ପ୍ରଶ୍ନ ହେଉଛି କିପରି ବ୍ରସ କଲେ ଦାନ୍ତ ସନ୍ଧିର ଜମିଥିବା ପ୍ଲାକ୍ ପରିଷ୍କାର ହୁଏ । ସବୁ ସମୟରେ ବ୍ରସଟି ଆଡା ଆଡି ଧରି ଲମ୍ବା ଲମ୍ବିତ ଭାବରେ ସମ୍ମୁଖ ଓ ପାଖ ଦାନ୍ତ ବ୍ରସ କରିବାକୁ ହେବ । ଉପରପାଟି ଓ ତଳପାଟି ଅଲଗା ଅଲଗା ବା ଏକା ସଙ୍ଗରେ ଲମ୍ବା ଲମ୍ବି ଭାବରେ କରାଯାଏ । ଆଗରେ ଦୁଇପାଟି ଦାନ୍ତର ପଛ ପଟରୁ ବ୍ରସଟିକୁ ସିଧା କରିନେଇ ଘଷିବାକୁ ହେବ । ଏପରି ଭାବରେ ଯେପରି ବ୍ରଶ ସବୁ ସମୟରେ ଦୁଇଟି ଦାନ୍ତର ମଧ୍ୟବର୍ତ୍ତୀ ଅଂଶ ଛୁଇଁବ । ଏଥର ମାଢ଼ିର ଦାନ୍ତ ଗୁଡିକର ମଧ୍ୟବର୍ତ୍ତୀ ଅଂଶରେ ବ୍ରସ ପୁରାଇ ପରିଷ୍କାର କରିବାକୁ ହେବ । ଅନେକ ସମୟ ଧରି ଦାନ୍ତ ବ୍ରଶ କଲେ ହେବ ନାହିଁ, କାରଣ ଏହାଦ୍ୱାରା ଦାନ୍ତର ଏନାମେଲ ନଷ୍ଟ ହୋଇ ଯିବାର ସମ୍ଭାବନା ବହୁତ । ଏହି ଏନାମେଳ ଦାନ୍ତ ଉପରେ ଗୋଟିଏ ଆସ୍ତରଣ ମାତ୍ର । ଯାହା ଅଭାବରେ ଥଣ୍ଡା, ଗରମ ବା ମିଠା ଦାନ୍ତରେ ଲାଗିଲେ ଦାନ୍ତ ଶିରି, ଶିରି କରି ଉଠେ । ତେଣୁ ଗୋଟିଏ ମିନିଟରୁ ବେଶି ଦାନ୍ତ ଘଷିବା ଦାନ୍ତ ପାଇଁ ଖରାପ ।





