Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହି ଜିନିଷ

by ସଞ୍ଜୟ ସ୍ୱାଇଁ
June 6, 2021
in Health, State
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହି ଜିନିଷ
268
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା) ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନିହାତି ଆବଶ୍ୟକ । ରୋଗ ପ୍ରତିରୋଧକ କ୍ଷମତା ମଜବୁତ ଥିଲେ ଶରୀରକୁ କୌଣସି ରୋଗ ସହଜରେ ଆକ୍ରାନ୍ତ କରିନଥାଏ । ବର୍ତ୍ତମାନ ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ । ସଂକ୍ରମଣରୁ ଦୁରେଇ ରହିବାକୁ ସମସ୍ତେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଲୋକେ ନାନା ଉପାୟ ଖୋଜୁଛନ୍ତି । କିଛି ଘରୋଇ ଉପାୟ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିବ । ସକାଳୁ ଖାଲି ପେଟରେ ଏହିସବୁ ଜିନିଷ ସେବନ କରିବା ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ଓ ଶରୀରକୁ ଅନେକ ଲାଭ ମିଳିଥାଏ । ପ୍ରତିରୋଧକ କ୍ଷମତା ବଢାଇବାକୁ ଖାଲି ପେଟରେ ଏହି ୩ଟି ସାମଗ୍ରୀ ସେବନ କରିପାରିବେ । ୧. ରସୁଣ – ରସୁଣରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି । ଏହା ସଂକ୍ରମଣରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ଲଡ଼ ସୁଗାର ଲେଭଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦ ସ୍ୱାସ୍ଥ୍ୟ ସୁଧାରିବାକୁ ଓ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ରସୁଣ ସାହାଯ୍ୟ କରିଥାଏ । ସକାଳୁ ଖାଲି ପେଟରେ ରସୁଣ ସେବନ କଲେ ଅନେକ ରୋଗ ଦୂର ହୋଇପାରିବ । ଖାଲି ପେଟରେ ଗରମ ପାଣି ସହ ୨-୩ଟି କୋଲା ରସୁଣ ସେବନ କରିପାରିବେ । ୨. ଅଁଳା – ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି । ଏହା ଶରୀରର ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । ଏହାକୁ ଛେଚି ଗରମ ପାଣି ସହ ସକାଳୁ ଖାଲି ପେଟରେ ସେବନ କରିପାରିବେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି, ଯେଉଁଥିପାଇଁ ଖାଲି ପେଟରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଅଁଳା ସେବନ ଦ୍ୱାରା ତ୍ୱଚା ମଧ୍ୟ ମସୃଣ ଓ ଉଜ୍ଜ୍ୱଳ ହୋଇଥାଏ । ଅଁଳା କେଶ ପାଇଁ ମଧ୍ୟ ବହୁତ ଉପଯୋଗୀ । ଏହା କେଶକୁ ମଜବୁତ କରିଥାଏ । ୩. ମହୁ – ସକାଳୁ ଖାଲି ପେଟରେ ଗରମ ପାଣି ସହ ଏକ ଚାମଚ ମହୁ ସେବନ ଦ୍ୱାରା ଓଜନ କମ ହୋଇଥାଏ । ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ମଜବୁତ କରିଥାଏ । ମହୁ ତ୍ୱଚା ପାଇଁ ମଧ୍ୟ ବହୁତ ଉପଯୋଗୀ । ସ୍ୱାଦ ବଢାଇବା ପାଇଁ ଏଥିରେ ଲେମ୍ବୁ ମଧ୍ୟ ପକାଇପାରିବେ । ମହୁରେ ବହୁ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟରେ ରହିଛି ଯାହା ଶରୀରରେ ଫ୍ରି ରେଡିକାଲ ସହ ଲଢ଼ିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!