Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସମେତ ୭ଟି ଜିଲ୍ଲାରେ କାର୍ଯ୍ୟ କରିବ ‘ରିୱାର୍ଡ଼’

କୃଷକମାନଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ

by ସଞ୍ଜୟ ସ୍ୱାଇଁ
June 6, 2021
in Nayagarh
ଗ୍ଲୋବାଲ ଟେଣ୍ଡର ଡକାଯାଇଛି: ମୁଖ୍ୟ ଶାସନ ସଚିବ
914
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିୱାର୍ଡ’ର ପରିକଳ୍ପନା ଆରମ୍ଭ କରିଛନ୍ତି । ଏଥିପାଇଁ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଥିବାବେଳେ ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ କୁମାରୀ ପ୍ରୀତି କୁମାର ନିଜ ଟିମ୍‌ଙ୍କ ସହ ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ । ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକମାନଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳମାନଙ୍କୁ ଏହି ଯୋଜନା ସଂପ୍ରସାରିତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନୂତନ ଜ୍ଞାନକୌଶଳ ପ୍ରୟୋଗ ଓ ପରିପୂର୍ଣ୍ଣତା ଭିତ୍ତିରେ (ସେଚୁରେସନ୍‌ ମୋଡ୍‌)ରେ ସମଗ୍ର ଭୂସଂପତ୍ତି ଓ ପ୍ରାକୃତିକ ସାଧନର ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ରିଜୁଭେନେଟିଂ ୱାଟରସେଡସ୍‌ ଫର ଏଗ୍ରିକଲଚରାଲ୍‌ ରେଜିଲେନ୍ସ ଥ୍ରୁ ଇନୋଭେଟିଭ୍‌ ଡେଭଲପ୍‌ମେଣ୍ଟ ବା ‘ରିୱାର୍ଡ’ ନାମରେ ନାମିତ ଏହି ପ୍ରକଳ୍ପକୁ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେଓଗଡ଼ ଓ ସମ୍ବଲପୁର ଆଦି ୫ଟି ଜିଲ୍ଲାର ୧.୧୫ ଲକ୍ଷ ହେକଫର ପରିବ୍ୟାପ୍ତ ଜଳଛାୟା ପ୍ରକଳ୍ପ ଅଞ୍ଚଳରେ ପରୀକ୍ଷାମୂଳକ (ପାଇଲଟ୍‌) ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ସବୁ ଜିଲ୍ଲାର ୧୫୨ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ । ଏହିସବୁ ପ୍ରକଳ୍ପ ସଂଲଗ୍ନ ଅଧିକ ୪.୧୧ ଲକ୍ଷ ହେକଫର ଜମିକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯିବ । ଏହି ସଂପ୍ରସାରିତ ଅଞ୍ଚଳରେ ୫୩୩ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି । ଉପରୋକ୍ତ ୫ଟି ଜିଲ୍ଲା ସହ ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କରୁଛି । ଏହିପରି ଭାବେ ସମୁଦାୟ ୭ଟି ଜିଲ୍ଲାର ୭୦୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ୫.୨୬ ଲକ୍ଷ ହେକଫର ଭୂସଂପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବିଶ୍ୱବ୍ୟାଙ୍କ ପ୍ରତିନିଧି କୁମାରୀ ପ୍ରୀତି କୁମାର କହିଥିଲେ ଯେ ଜଳଛାୟା ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ । ସମଗ୍ର ଦେଶରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ ପ୍ରସ୍ତାବ ରଖିଛନ୍ତି । ପ୍ରକଳ୍ପ ଦ୍ୱାରା ଜଳଛାୟା ଅଞ୍ଚଳର ସମନ୍ୱିତ କୃଷିକୁ ପ୍ରାକୃତିକ ବିପର୍ଯ୍ୟୟ-ସହନଶୀଳ କରାଯିବ । କୃଷି-ଜଳବାୟୁ ଭିତ୍ତିରେ ଭୂସଂପତ୍ତିର ପୂର୍ଣ୍ଣ ବିନିଯୋଗ ସହ ଉତ୍ପାଦକତା ବୃଦ୍ଧି କରାଯିବ । ଏହା ସହ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ବୈଷୟିକ ଓ ଆର୍ଥିକ ସହଯୋଗ ମାଧ୍ୟମରେ ସ୍ଥାନୀୟ କୃଷି ଉଦ୍ୟୋଗ ସୃଷ୍ଟି କରାଯିବ । ଓଡ଼ିଶା ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୃଷକମାନଙ୍କଠାରୁ କୃଷି ଉତ୍ପାଦସବୁ କ୍ରୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ଶାସନ ସଚିବ ଶ୍ରୀ ବଶିଷ୍ଠ ଜଣାଇଥିଲେ ଯେ ପ୍ରକଳ୍ପରେ ପ୍ରାୟ ୨୧୧.୫୭ ନିୟୁତ ଡଲାର ବିନିଯୋଗ ହେବାର ଆକଳନ କରାଯାଇଛି । ପ୍ରକଳ୍ପର ଅବଧି କାଳ ପ୍ରାୟ ୬ ବର୍ଷ ରହିବ । ଏହି ଅର୍ଥ ମଧ୍ୟରୁ ୧୬୨.୫୭ ନିୟୁତ ଡଲାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ, ଏବଂ, ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ନିୟୁତ ଡଲାର ଋଣ ଆକାରରେ ଯୋଗାଇବେ । ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଏବଂ କାର୍ଯ୍ୟାନ୍ୱୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ବୈଠକରେ ସ୍ଥିର ହୋଇଥିଲା । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, କୃଷି ଓ କୃଷକ ସଶକ୍ତିକରଣ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବିଶ୍ୱବ୍ୟାଙ୍କର ବରିଷ୍ଠ ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!