Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଢେଙ୍କାନାଳ ସାଂସଦଙ୍କ ମହନୀୟତା

by ସଞ୍ଜୟ ସ୍ୱାଇଁ
June 6, 2021
in Health, State
ଢେଙ୍କାନାଳ ସାଂସଦଙ୍କ ମହନୀୟତା
95
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): କୋଭିଡ ସମୟରେ ବିଭିନ୍ନ ବର୍ଗର ଲୋକ ସାହାଯ୍ୟର ହାତ ବଢ଼ାଉଛନ୍ତି । ନେତା ହୁଅନ୍ତୁ ଅବା ଅଭିନେତା ସମସ୍ତେ ଏହି ଜଟିଳ ସମୟରେ ସାହାଯ୍ୟର ହାତ ବଢ଼ାଇଥାନ୍ତି । କୋଭିଡ ସଂକ୍ରମିତ ଓ ମୃତକଙ୍କ ପରିବାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଏପରିକି ରବିବାର ଅବିଭକ୍ତ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କ ପାଇଁ ଦୁଇଟି ଆମ୍ବୁଲାନ୍ସ ଓ ଦୁଇଟି ଶବ ବୁହା ଗାଡିକୁ ଲୋକାର୍ପିତ କରିଛନ୍ତି ଢେଙ୍କାନାଳର ସାଂସଦ। ମହାମାରୀ କୋଭିଡ ସଂକ୍ରମଣ ଓ ମୃତ୍ୟୁ ଜନିତ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟୁଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏସବୁ ମଧ୍ୟରେ କୋଭିଡ ସଂକ୍ରମିତ ମାନଙ୍କୁ ତୁରନ୍ତ ଡାକ୍ତରଖାନା ବା ମୃତକ ମାନଙ୍କୁ ନେବା ହେଉ, ଆମ୍ବୁଲାନ୍ସ ଓ ଶବ ବୁହା ଗାଡି ପାଇଁ ଉକ୍ତ ପରିବାର ଗୁଡିକ ନାହିଁ ନଥିବା ହନ୍ତ ସନ୍ତ ହେଉଥିବା ଦେଖାଯାଉଛି । ଫଳରେ ଏପରି ପରିସ୍ଥିତିର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ତାଙ୍କ ସାଂସଦ ପାଣ୍ଠିରୁ ଉଭୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କୋଭିଡ ସଂକ୍ରମିତ ଓ ମୃତକଙ୍କ ପାଇଁ ୧୧ଲକ୍ଷ ବିନିମୟରେ ଦୁଇଟି ଆମ୍ବୁଲାନ୍ସ ଓ ୪ଲକ୍ଷ ୪୦ହଜାର ଟଙ୍କାର ଦୁଇଟି ଶବ ବୁହା ଗାଡି ଶାନ୍ତି ରଥ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ବଳରାମ ମନ୍ଦିର ଠାରେ ଆମ୍ବୁଲାନ୍ସ ଓ ଶାନ୍ତି ରଥର ଲୋକାର୍ପଣ କରିଛନ୍ତି ସାଂସଦ ମହେଶ ସାହୁ । ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତରାଣୀ ମିଶ୍ର ଓ ଅନ୍ୟ ସରକାରୀ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ ଜିଲ୍ଲା ସାମ୍ବାଦିକ ସଂଘକୁ ଦୁଇଟି ସାନିଟାଇଜର ସ୍ପ୍ରେଅର ପ୍ରଦାନ ମଧ୍ୟ କରିଛନ୍ତି । ସ୍ୱଳ୍ପ ମୂଲ୍ୟରେ ଏହି ଆମ୍ବୁଲାନ୍ସ ଓ ଶାନ୍ତି ରଥକୁ କୋଭିଡ ସଂକ୍ରମିତ ଓ ମୃତକ ପରିବାର ବ୍ୟବହାର କରିପାରିବେ ବୋଲି ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!