Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାତଗଣ୍ଠି ପଡିଲା ଗୋ’ଶାଳାରେ, ଆଦର୍ଶ ବିବାହକୁ ନେଇ ଚର୍ଚ୍ଚା

by ସଞ୍ଜୟ ସ୍ୱାଇଁ
June 6, 2021
in NATIONAL NEWS
ହାତଗଣ୍ଠି ପଡିଲା ଗୋ’ଶାଳାରେ, ଆଦର୍ଶ ବିବାହକୁ ନେଇ ଚର୍ଚ୍ଚା
151
VIEWS
Share on FacebookShare on Twitter

ହାଇଦ୍ରାବାଦ, (ବାଘୁଆବାର୍ତ୍ତା): ଜଣେ ଯୁବକ ଓ ଯୁବତୀ ନିଆରା ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ନା ବ୍ୟାଣ୍ଡ ବାଜା ବାରାତ ନା ଭୋଜିଭାତ। ବଡ଼ ରିସୋର୍ଟ କି କଲ୍ୟାଣ ମଣ୍ଡପ ବି ନାହିଁ । ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ ବି ହୋଇନି। ହେଲେ ଇଏ ଏମିତିକା ବାହାଘର ଯାହା ସବୁବେଳ ପାଇଁ ମନେ ରହିବ । ଆଡମ୍ବରପୂର୍ଣ୍ଣ ନୁହେଁ ଇଏ ଆଦର୍ଶ ବାହାଘର। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ନିଖିଲ ଏବଂ ରକ୍ଷା । ନିଜ ବାହାଘରକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଥିଲେ । ବଡ଼ ଧରଣର ବିବାହ ବଦଳରେ ଆଦର୍ଶ ବାହାଘର କରିବାକୁ ଯାଇ ଗୋଶାଳାରେ ହୋଇଥିଲା ବିବାହ । ଗୁହାଳରେ ପଡିଥିଲା ବର-କନିଆର ହାତଗଣ୍ଠି । କିଛି ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଗହଣରେ ଉଭୟେ ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ। ବାହାଘର ପରେ ଭୋଜିର ବି ଆୟୋଜନ ହୋଇଥିଲା। ହେଲେ ଭୋଜି ଖାଇଥିଲେ ଗୋରୁ ଗାଇ। ଆଉ ଗୋରୁଙ୍କ ଭୋଜି ମେନୁରେ ଥିଲା ସବୁଜ ଘାସ, ତରଭୁଜ, କଦଳୀ, ଅମୃତଭଣ୍ଡା, ଆଳୁ, ଟମାଟୋ ଓ ଫଳ। ଏସବୁକୁ ଖୁସିରେ ଖାଇଥିଲେ ଗୋରୁ ଗାଇ। ଆଉ, ସେମାନଙ୍କୁ ଖୁସିରେ ଖାଇବାର ଦେଖି ଆନନ୍ଦିତ ହୋଇଥିଲେ ବର କନିଆ। ସେପଟେ ନିଖିଲ ଓ ରକ୍ଷାଙ୍କ ଆଦର୍ଶ ବିବାହକୁ ଲୋକେ ପ୍ରଶଂସା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!