Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ରିଲିଫ ସାମଗ୍ରୀ ଚୋରୀ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
June 6, 2021
in Crime, NATIONAL NEWS
ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ରିଲିଫ ସାମଗ୍ରୀ ଚୋରୀ ଅଭିଯୋଗ
323
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ୭ ଲକ୍ଷ ଟଙ୍କାର ରିଲିଫ୍ ସାମଗ୍ରୀ ଚୋରି କରିବା ଅଭିଯୋଗରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି। ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର କାନ୍ଥି ମ୍ୟୁନିସିପାଲିଟି ଅଫିସ୍‌ ପରିସରରୁ ସେମାନେ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛନ୍ତି। କାନ୍ଥି ମ୍ୟୁନିସିପାଲ ଆଡ୍‌ମିନିଷ୍ଟ୍ରେଟିଭ୍ ବୋର୍ଡର ସଦସ୍ୟ ରତନଦୀପ ମନ୍ନାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଛି। ରତନଦୀପ ଅଭିଯୋଗ କରିଛନ୍ତି ଯେ ଗତ ମେ’ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇ ତଥା କାନ୍ଥି ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ସୌମେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମ୍ୟୁନିସିପାଲିଟି ଅଫିସ୍‌ର ଗୋଦାମ ଘରୁ ଲକ୍ଷ ଲକ୍ଷ ଟଙ୍କାର ତାରପଲିନ୍ ଜୋରଜବରଦସ୍ତି ନିଆଯାଇଛି। ବେଆଇନ୍ ଭାବେ ଗୋଦାମ ଘର ତାଲା ଖୋଲା ଯାଇ ସେହି ତାରପଲନି ଗୁଡ଼ିକୁ ନିଆଯାଇଛି। ଅଭିଯୋଗକାରୀ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷାରେ ନିୟୋଜିତ କେନ୍ଦ୍ରୀୟ ସଶସ୍ତ୍ର ବଳର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏହି ଚୋରିରେ ବ୍ୟବହାର କରାଯାଇଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ରାଖଲ ବେରା ଏକ ଠକେଇ ମାମଲାରେ କୋଲକାତା ପୁଲିସ୍ ଦ୍ୱାରା ଗିରଫ ହେବାର ଗୋଟିଏ ଦିନ ପରେ ଏହି ମାମଲା ସାମ୍ନାକୁ ଆସିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!