ଭୁବନେଶ୍ଵର,(ବାଘୁଆବାର୍ତ୍ତା): ସଟଡାଉନରେ ଲୁଟେରା ସକ୍ରିୟ । ଦୋକନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ । ସହିଦ ନଗର ବିଏମସି ମଲ୍ ସମ୍ନାରେ ଥିବା ଏକ ଗ୍ରୋସୋରି ଦୋକନରୁ ଲୁଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ଲୁଟେରା । ପାଖାପାଖି ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜିନିଷ ଲୁଟି ନେଇଛନ୍ତି ଲୁଟେରା । ଏନେଇ ଗ୍ରୋସୋରି ଦୋକାନ ମାଲିକ ଜିତେନ୍ଦ୍ର ରାଉତ ଅଭିଯୋଗ କରିଛନ୍ତି। ତେବେ ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଜଣେ ଅଟୋରେ ଜିନିଷ ବୋହି ନେଉଥିବା ବେଳେ ଜଣେ ଅଭିଯିକ୍ତକୁ ପୋଲିସ ଧରିବାରେ ସଫଳ ହୋଇଛି।






