Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୂଷା ନେଲା ଅବସର, ହଜାରେ ଲୋକଙ୍କୁ ବଞ୍ଚାଇଥିଲା

by ସଞ୍ଜୟ ସ୍ୱାଇଁ
June 6, 2021
in NATIONAL NEWS
ମୂଷା ନେଲା ଅବସର, ହଜାରେ ଲୋକଙ୍କୁ ବଞ୍ଚାଇଥିଲା
328
VIEWS
Share on FacebookShare on Twitter

କାମ୍ବୋଡିଆ,(ବାଘୁଆବାର୍ତ୍ତା): ଗୋଟିଏ ମୂଷାର ସାହସୀକତା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏଥିରେ, ୭୧ ଲ୍ୟାଣ୍ଡମାଇନ୍ ସୁଡ଼ଙ୍ଗ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବା ଭଳି ସାହସିକତାର କାର୍ୟ୍ୟ ଦେଖାଇ ଏହି ମୂଷା ସମସ୍ତଙ୍କର ପ୍ରଶଂସିନିୟ ହୋଇଛି । ଏହି ଆଫ୍ରିକୀୟ ପ୍ରଜାତିର ମୂଷାର ସାହସିକତାର କାହାଣୀ ଖୁବ ପ୍ରସିଦ୍ଧ । ତାକୁ ବେଲଜିୟମର ଏକ ଏନଜିଓ ଏପିଓପିଓ ଦ୍ୱାରା ତାଲିମ ଦିଆଯାଇଛି । ଏହାକୁ ଦୁନିଆର ସବୁଠାରୁ ସଫଳ ମୂଷା ବୋଲି ମନେକରାଯାଏ । ଅନେକ ସାହସିକ କାର୍ୟ୍ୟ କରିବା ପରେ ମାଗାୱା ବର୍ତ୍ତମାନ ଅବସର ନେଉଛି । ମାଗାୱାର ହ୍ୟାଣ୍ଡେଲର୍ ମାଲିନ୍ କୁହନ୍ତି, ମାଗାୱାଙ୍କ ସହ କାମ କରି ମୁଁ ଅତ୍ୟଧିକ ଗର୍ବିତ ଅନୁଭବ କରେ,କାରଣ ସେ ଏତେ ଛୋଟ ହୋଇଥିଲେ ମଧ୍ୟ ସେ ଅନେକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛନ୍ତି । ତା’ର ସ୍ୱାସ୍ଥ୍ୟ ଏବେ ବି ଭଲ କିନ୍ତୁ ବର୍ତ୍ତମାନ ଅବସର ଗ୍ରହଣ କରିବାର ସମୟ ଆସିଛି । ଯଦିଓ ତାଙ୍କ ସ୍ଥାନ ପୂରଣ କରିବା ସହଜ ନୁହେଁ, ମାଗାୱା ନାମକ ଏହି ସାତ ବର୍ଷୀୟ ମୂଷାକୁ ମିଳିସାରିଛି ସର୍ବୋଚ୍ଚ ନାଗରିକ ପୁରସ୍କାର । ଗତ ବର୍ଷ ନିଜର ସାହସିକତା ପାଇଁ ବ୍ରିଟିଶ୍ ଚାରିଟିର ଟପ୍ ସିଭିଲ୍ ଆୱାର୍ଡ ମଧ୍ୟ ପାଇଛି । ଏହି ପୁରସ୍କାର ପୂର୍ବରୁ କେବଳ କୁକୁରମାନଙ୍କୁ ସେମାନଙ୍କର ସାହସିକ କାର୍ୟ୍ୟ ପାଇଁ ଦିଆଯାଉଥିଲା । ଏହି ମୂଷାକୁ ସେତେବେଳେ ତାଲିମ ଦିଆଯାଇଥିଲା ଯେବେ କାମ୍ବୋଡିଆର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରିବାର ଥିଲା । ପ୍ରଶିକ୍ଷଣ ପରେ ନିଜର କାମ ସେ ସଠିକ ଭାବରେ ତୁଲାଇ ଥିଲା । ‘ଦି ଗାର୍ଡିଆନ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଛୋଟ ମୂଷା ନିଜର ଶୁଙ୍ଘିବା କ୍ଷମତା ଦ୍ୱାରା ୧.୪ ଲକ୍ଷ ବର୍ଗ ମିଟର ଅର୍ଥାତ ୨୦ ଟି ଫୁଟବଲ୍ ପିଚ୍ ଭଳି ସ୍ଥାନକୁ ଲ୍ୟାଣ୍ଡମାଇନ୍ ମୁକ୍ତ କରିବାରେ ସାହାଯ୍ୟ କରିଛି । ଏହା ଦ୍ୱାରା ହଜାର ହଜାର ଜୀବନ ରକ୍ଷା ପାଇଛି । କେବଳ ଏତିକି ନୁହେଁ, ଏହା ମୂଷା ୨୮ ଟି ଜୀବନ୍ତ ବିସ୍ଫୋରକ ମଧ୍ୟ ଚିହ୍ନଟ କରିଛି । ୧୯୭୦ ରୁ ୧୯୮୦ ଦଶକରେ କାମ୍ବୋଡିଆରେ ଏକ ଭୟଙ୍କର ଗୃହଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ତ ସମାପ୍ତ ହେଲା କିନ୍ତୁ ଶତ୍ରୁମାନଙ୍କୁ ହତ୍ୟା କରିବା ପାଇଁ ବହୁ ପରିମାଣରେ ଲ୍ୟାଣ୍ଡମାଇନ୍ ପକାଇ ସାଧାରଣ ଲୋକଙ୍କୁ ହତ୍ୟା କରୁଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!