Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଏଚ୍‌ଆଇଭି’ ଆକ୍ରାନ୍ତ ମହିଳାଙ୍କ ଦେହରେ ୨୧୬ ଦିନ ରହି ୩୨ ଥର ଗୁଣସୂତ୍ର-କ୍ରମ ବଦଳାଇଲା କରୋନାଭାଇରସ୍‌

by ସଞ୍ଜୟ ସ୍ୱାଇଁ
June 6, 2021
in NATIONAL NEWS
ନୂଆଗାଁର ପୁଣି ଏକ ଗାଁ ନିଷିଦ୍ଧାଞ୍ଚଳ
390
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା):ଦକ୍ଷିଣ ଆଫ୍ରିକାର ଗବେଷକମାନେ ସମ୍ପୂର୍ଣ୍ଣ ‘ଏଚ୍‌ଆଇଭି’ ଭୂତାଣୁ କବଳିତ ଜଣେ ୩୬ ବର୍ଷୀୟ ମହିଳାଙ୍କ ଶରୀରରେ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ବିପଜ୍ଜନକ କରୋନାଭାଇରସ୍‌ର ସନ୍ଧାନ ପାଇଛନ୍ତି। ୨୧୬ ଦିନ ହେବ କୋଭିଡ୍‌-୧୯ ଆକ୍ରାନ୍ତ ଉକ୍ତ ମହିଳାଙ୍କ ଶରୀରରେ କରୋନାଭାଇରସ୍‌ ଭୂତାଣୁ ୩୦ରୁ ଅଧିକ ଥର ତା’ର ଗୁଣସୂତ୍ର-କ୍ରମ ପରିବର୍ତ୍ତନ କରି ସାରିଛି। ଗୁରୁବାର ଦିନ ଏହି ମାମଲାର ରିପୋର୍ଟ ‘ମେଡିକାଲ୍‌ ଜର୍ଣ୍ଣାଲ୍‌ ମେଡ୍‌ରିକ୍ସିଭ୍’ରେ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ, ମହିଳାଜଣକ ‘ଏଚ୍‌ଆଇଭି’ ସଂକ୍ରମିତ ବୋଲି ୨୦୦୬ରେ ଜଣାପଡ଼ିଥିଲା ଏବଂ ସେବେଠାରୁ ତାଙ୍କ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ସଦାସର୍ବଦା ଦୁର୍ବଳ ହୋଇ ଆସୁଥିଲା। ୨୦୨୦ ସେପ୍ଟେମ୍ବରରେ ସେ କୋଭିଡ୍‌-୧୯ ସଂକ୍ରମିତ ହେବା ପରେ, ତାଙ୍କ ଶରୀରରେ କରୋନାଭାଇରସ୍‌ର ‘ସ୍ପାଇକ୍ ପ୍ରୋଟିନ୍‌ ୧୩ ଥର ପରିବର୍ତ୍ତିତ ହେବା ସହ ଭୂତାଣୁର ଗୁଣସୂତ୍ରରେ ଅନ୍ୟାନ୍ୟ ୧୯ଟି ପରିବର୍ତ୍ତନ ଘଟିଥିଲା। ଫଳରେ ତାଙ୍କ ଶରୀରରେ ଥିବା କରୋନାଭାଇରସ୍‌ର ସ୍ବଭାବ ବଦଳି ଯାଇଥିଲା। ସେ ମହିଳାଙ୍କ ଶରୀରରେ ପରିବର୍ତ୍ତିତ ହୋଇଥିବା ଭୂତାଣୁର ଗୁଣସୂତ୍ର କ୍ରମ ପ୍ରଥମେ ଇଂଲଣ୍ଡ୍‌ରେ ଦେଖା ଦେଇଥିବା ‘ଆଲ୍‌ଫା ଭେରିଆଣ୍ଟ୍‌ ବି.୧.୧.୭’ର ଅଂଶବିଶେଷ ‘ଇ୪୮୪କେ ମ୍ୟୁଟେସନ୍‌’ ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ‘ବିଟା ଭେରିଆଣ୍ଟ୍‌ ବି.୧.୩୫୧’ର ଅଂଶବିଶେଷ ‘ଏନ୍‌୫୧୦ୱାଇ’ ଭଳି ଆଶଙ୍କା ଉଦ୍ରେକକାରୀ ଭୂତାଣୁରେ ରହିଥିବା କଥା ଜଣାପଡ଼ିଛି। ମହିଳାଜଣଙ୍କ ଶରୀରକୁ ଏହି ପରିବର୍ତ୍ତିତ ଭୂତାଣୁ ସବୁ ଅନ୍ୟମାନଙ୍କ ଶରୀରରେ ପ୍ରବେଶ କରିଛି କି, ନାହିଁ ତାହା ଜଣାପଡ଼ି ନ ଥିବା କଥା ଗବେଷକମାନେ କହିଛନ୍ତି। କିନ୍ତୁ, ଗବେଷକମାନେ କହିଛନ୍ତି ଯେ, ୪ଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଜଣେରୁ ଅଧିକ ‘ଏଚ୍ଆଇଭି+’ ଥିବା ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାତାଲ ଅଞ୍ଚଳରୁ କରୋନାଭାଇରସ୍‌ର ଅଧିକାଂଶ ନୂଆ ‘ଭେରିଆଣ୍ଟ୍‌’ ବାହାରି ଥିବା କଥା ସମ୍ଭବତଃ କାକତାଳୀୟ ନୁହେଁ। ଡର୍ବାନ୍‌ସ୍ଥିତ କ୍ବାଜୁଲୁ-ନାତାଲ ବିଶ୍ବବିଦ୍ୟାଳୟର ଗୁଣସୂତ୍ରବିତ୍ ତଥା ଉକ୍ତ ଅଧ୍ୟୟନର ଗବେଷକ ଟୁଲିଓ ଡି ଅଲିଭିରା ଗଣମାଧ୍ୟମକୁ କହିଛନ୍ତି ଯେ, ଶରୀରରେ କରୋନାଭାଇସର୍‌ ଥିଲେ ସୁଦ୍ଧା ସମ୍ପୃକ୍ତ ମହିଳାଙ୍କ ଠାରେ କୋଭିଡ୍‌-୧୯ର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!