Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଶାଣି ଜୁଇରୁ ଉଠି ବସିଲା ଶବ

by ସଞ୍ଜୟ ସ୍ୱାଇଁ
June 6, 2021
in State
ମଶାଣି ଜୁଇରୁ ଉଠି ବସିଲା ଶବ
599
VIEWS
Share on FacebookShare on Twitter

ସୁକିନ୍ଦା: (ବାଘୁଆବାର୍ତ୍ତା): ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ମଣାଣିରେ ଅଗ୍ନି ସଂଯୋଗ କରାଯାଇଥିଲା । କିଛି ସମୟ ପରେ ହଠାତ ଉକ୍ତ ବ୍ୟକ୍ତି ଉଠି ବସି ପଡିଥିଲେ । ଯାହାକୁ ନେଇ ଉକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଖଇ କଉଡ଼ି ବିଞ୍ଚି ବିଞ୍ଚି ଶବକୁ କୋକେଇରେ ମଶାଣି ନିଆଗଲା। ସେଠାରେ କାଠ ଖଞ୍ଜା ହେଲା। କାନ୍ଦ ବୋବାଳି ମଧ୍ୟରେ ଶବକୁ ଜୁଇରେ ଶୁଆଇ ଦେଇ ଅଗ୍ନି ସଂଯୋଗ କରାଗଲା । ଏହି ସମୟରେ ଯାହା ଘଟିଲା ତାହା ସମସ୍ତଙ୍କ ଛାତି ଥରାଇ ଦେଲା। କାଠ ନିଆଁ ଧରୁ ଧରୁ ହଠାତ୍‌ ଶବ ଜୁଇରୁ ଉଠି ବସିଲା । ଆତ୍ମୀୟ ସ୍ୱଜନ ତାଙ୍କୁ ଜୁଇରୁ ଓହ୍ଲାଇ ଆଣିବା ପରେ ପୁଣି ସେ ଅଚେତ୍‌ ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପୁଣି ଥରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ବେଳେବେଳେ ଏପରି ହୁଏ ବୋଲି ଡାକ୍ତର କହୁଥିବା ବେଳେ ଏହି ଘଟଣା ଆଜି ସମଗ୍ର ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ବସିଆ ପ୍ରଧାନଙ୍କ ପୁଅ ନୀଳମଣି ପ୍ରଧାନ(୪୬) ଶନିବାର ସକାଳେ ପ୍ରଚୁର ମଦ୍ୟ ପାନ କରିଥିଲେ। ଏହାପରେ ସେ ସାହିରେ ଜନୈକ ବ୍ୟକ୍ତିଙ୍କ ପିଣ୍ଡାରେ ଶୋଇଥିଲେ। ଅପରାହ୍ଣ ପ୍ରାୟ ୩ଟା ସମୟରେ ନୀଳମଣି କୌଣସି କାରଣରୁ ଗୁରୁତର ହୋଇ ପଡ଼ି ଏକ ପ୍ରକାର ଶବ୍ଦ କରୁଥିବା ନିକଟରେ ଯାଉଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ପରିବାର ଲୋକଙ୍କ ମନ ମାନିନଥିଲା। ସେମାନେ ନୀଳମଣିଙ୍କୁ ଟାଟା ମେଡିକାଲ ନେବା ପାଇଁ କହି ସେଠାରୁ ନେଇ ଆସିଥିଲେ। ପରେ କିନ୍ତୁ ତାଙ୍କୁ ଟାଟା ମେଡିକାଲ ନନେଇ ବଙ୍ଗଳା ଛକ ରାସ୍ତାରେ ନିଜ ଗାଁକୁ ନେଇ ଯାଇଥିଲେ। ଗ୍ରାମ ଶ୍ମଶାନରେ ଶବ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଇଲେ । ଶବକୁ ଜୁଇରେ ଶୁଆଇ ଦେଇ ଅଗ୍ନି ସଂଯୋଗ କରିବାର ମାତ୍ର କିଛି ସମୟ ମଧ୍ୟରେ ନୀଳମଣି ଉଠି ବସିଥିଲେ । ଏହାପରେ ନୀଳମଣିଙ୍କୁ ଜୁଇରୁ ଓହ୍ଲାଇ ଆଣିଲେ । ଏହି ସମୟରେ ନୀଳମଣି ପୁଣି ଅଚେତ୍‌ ହୋଇ ପଡ଼ିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପୁନର୍ବାର ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ନୀଳମଣିଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ପରେ ପରିବାର ଲୋକେ ବିଶ୍ୱାସ କରିଥିଲେ । ଶବକୁ ଶନିବାର ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ରବିବାର ଶବ ସତ୍କାର କରାଯିବ ବୋଲି ସୂଚନା ମିଳିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!