ମୁମ୍ବାଇ, (ବାଘୁଆବାର୍ତ୍ତା): ପୂର୍ବରୁ କଥା ଦେଇଥିଲେ ଆଜି ତାହା ପୁରଣ କରିଛନ୍ତି । କଳାକାର କର୍ମଚାରୀଙ୍କ ଆକାଉଣ୍ଟକୁ କରୋନା ସହାୟତା ଯୋଗାଇ ଦେବାକୁ ନେଇ ପୂର୍ବରୁ କଥା ଦେଇଥିଲେ ଦବଙ୍ଗ ହିରୋ ସଲମାନ୍ । ସୂଚନାନୁସାରେ, ସାରା ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାରିଥିଲା । ହୁ ହୁ ହେଇ ମହାମାରୀ ବଢୁଥିବା ଯୋଗୁଁ କରୋନା ଦ୍ୱିତୀୟ ଲହର ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା । ଯେଉଁଥି ପାଇଁ ସୁଟିଂ ବନ୍ଦ ରହିଛି, ହାତ ବାନ୍ଧି ବସିଛନ୍ତି କଳାକାର । କେବଳ କଳାକାର ନୁହନ୍ତି, ସୋମନାଙ୍କ ଟେକ୍ନିସିଆନ୍, ମେକଅପ୍ ଆର୍ଟିଷ୍ଟ ଓ ୟୂନିଟର ସମସ୍ତ କର୍ମଚାରୀଙ୍କ ରୋଜଗାର ମହାମାରୀ କରୋନା ଯୋଗୁଁ ଠପ୍ ହୋଇଯାଇଛି । ସେହି କଳାକାର ଓ କର୍ମଚାରୀମାନଙ୍କୁ ଆର୍ଥିକ ସହାତୟା ଯୋଗାଇ ଦେବାକୁ ନେଇ କିଛିଦିନ ତଳେ ଦବଙ୍ଗ ହିରୋ ସଲମାନ ଖାନ୍ ପ୍ରତିଶୃତି ଦେଇଥିଲେ । ଆଜି ସେହି ପ୍ରତିଶୃତି ପାଳନ କରିବାକୁ ଯାଇ ୨୫ହଜାର ସିନେ କର୍ମଚାରୀଙ୍କ ଆକାଉଣ୍ଟକୁ ୧୫ଶହ ଟଙ୍କା ଲେଖାଏଁ ପଠାଇଛନ୍ତି । ଏନେଇ ଏଫଡବ୍ଲ୍ୟୁଆଇସିଇ ପ୍ରେସିଡେଣ୍ଟ ବି.ଏନ୍ ତିୱାରି ସ୍ପଷ୍ଟ କରିଛନ୍ତି ।






