Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରଛାତ୍ରୀ ବିଦେଶ ପାଠ ପଢ଼ିବାକୁ ଗଲେ ଦିଆଯିବ କରୋନା ଟିକା, କିପରି ମିଳିବ ଟିକା ଜାଣନ୍ତୁ

by ସଞ୍ଜୟ ସ୍ୱାଇଁ
June 5, 2021
in Education, Health, State
ଛାତ୍ରଛାତ୍ରୀ ବିଦେଶ ପାଠ ପଢ଼ିବାକୁ ଗଲେ ଦିଆଯିବ କରୋନା ଟିକା, କିପରି ମିଳିବ ଟିକା ଜାଣନ୍ତୁ
88
VIEWS
Share on FacebookShare on Twitter

ଭୁବନେଶ୍ଵର (ବାଘୁଆବାର୍ତ୍ତା): ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରାଛାତ୍ରୀମାନଙ୍କୁ କରୋନା ଟିକା ଦେବେ ବିଏମ୍‌ସି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ। କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ବସିଥିବା ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟିକା ନନେଇ ବିଦେଶ ଯିବାକୁ ଅନୁମତି ନଥିବାରୁ ସେମାନେ ବିଦେଶଯାତ୍ରା କରିପାରୁ ନଥିଲେ। ଏହି ସମସ୍ୟାକୁ ଆଖି ଆଗରେ ରଖି ପାଠ ପଢ଼ିବାକୁ ବିଦେଶ ବାହାରିଥିବା ବିଏମ୍‌ସି ଅଧୀନ ଛାତ୍ରଛାତ୍ରୀମାନଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଛି। ଏନେଇ କମିଶନର କହିଛନ୍ତି ଯେ ଛାତ୍ର-ଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠୁ ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀମାନେ ୧୯୨୯କୁ ଫୋନ୍ କରି ଟିକା ପାଇଁ ନିଜ ନାଁ ପଞ୍ଜିକରଣ କରିପାରିବେ।ଏହାପରେ ସେମାନଙ୍କୁ ଟିକା ଦିଆଯିବା ବ୍ୟବସ୍ଥା କରାଯିବ। କେବଳ ସେତିକି ନୁହେଁ, ରାଜଧାନୀବାସୀଙ୍କୁ ଅକ୍ସିଜେନ୍‌ ଯୋଗାଇବା ସହିତ ମୋବାଇଲ୍‌ ଟେଷ୍ଟିଂ ବ୍ୟବାସ୍ଥା ମଧ୍ୟ କରାଯାଉଛି। ଅକ୍ସିଜେନ କନସେନଟ୍ରେଟର ଯୋଗାଇବା ପାଇଁ ଏକ ଆପ୍ ପ୍ରସ୍ତୁତ ହେବ, ଯେଉଁମାନେ ଚାହିଁବେ ଏହି ଆପ୍ ମାଧ୍ୟମରେ ବୁକିଂ କରି ଅକ୍ସିଜେନ୍‌ ନେଇପାରିବେ। ହୋମ୍ ଆଇସୋଲେସନ୍‌ରେ ଥିବା କରୋନା ରୋଗୀଙ୍କ ପାଇଁ ଏହି ମାଗଣା ଅକ୍ସିଜେନ୍‌ ବ୍ୟବସ୍ଥା କରିଛି ବିଏମ୍‌ସି। ସୋମବାର ଠାରୁ ଏହି ସେବା ଆରମ୍ଭ ହେବ। ରାଜଧାନୀର ଟିକାକରଣ ସ୍ଥିତି ଅନ୍ୟପଟେ ଟିକାକରଣ ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି ଯେ ଜୁନ ୪ ସୁଦ୍ଧା ବିଏମସି ଅଞ୍ଚଳରେ ୮ ଲକ୍ଷ ୫୭ ହଜାର ଡୋଜ୍ ଟିକା ଦିଆଯାଇଛି। ଏଥିରେ ୩୫, ୪୨୯ ସ୍ଵାସ୍ଥ୍ୟ କର୍ମୀ, ୪୮,୪୧୦ ଡୋଜ୍ ଆଗ ଧାଡ଼ିର ଯୋଦ୍ଧାଙ୍କୁ ଦିଆଯାଇଛି ବୋଲି କମିଶନର ସୂଚନା ଦେଇଛନ୍ତି। ସେହିପରି ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ୩.୩୮ ଲକ୍ଷ ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୨ୟ ଡୋଜ୍ ୨.୧୧ ଲକ୍ଷ ଲୋକ ନେଇ ସାରିଲେଣି। ୧୮ରୁ ୪୪ ବର୍ଷ ବର୍ଗରେ ୧ ଲକ୍ଷ ୭୦ ହଜାର ଜଣକୁ ପ୍ରଥମ ଡୋଜ୍ ମିଳି ସାରିଛି ବୋଲି କମିଶନର ସୂଚନା ଦେଇଛନ୍ତି। ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୪ ରୁ ୬ ସପ୍ତାହ ମଧ୍ୟରେ ଦ୍ଵିତୀୟ ଡୋଜ୍ ଦିଆଯିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!