ଭୁବନେଶ୍ୱର (ବାଘୁଆବାର୍ତ୍ତା) : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୯ ଟି ଜିଲାକୁ କାଳବୈଶାଖୀ ସତର୍କତା ଜାରି କରିଛି । ଆସନ୍ତା ୨୪ ଘଣ୍ଟା ପାଇଁ ଏହି ସତର୍କତା ଜାରି କରାଯାଇଛି । ୧୯ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,ରାୟଗଡା, ମାଲକାନଗିରି,କୋରାପୁଟ, ଗଜପତି, ଗଞ୍ଜାମ, ନୟାଗଡ, କଟକ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଘଡଘଡି ବର୍ଷା ସହ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।






