Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକଣା ସତ୍ତ୍ୱେ ପାକିସ୍ତାନରୁ ଆସିଥିଲା ୧୯୮ ମେଟ୍ରିକ ଟନ ଖଜୁରୀ

by ସଞ୍ଜୟ ସ୍ୱାଇଁ
June 5, 2021
in NATIONAL NEWS
କଟକଣା ସତ୍ତ୍ୱେ ପାକିସ୍ତାନରୁ ଆସିଥିଲା ୧୯୮ ମେଟ୍ରିକ ଟନ ଖଜୁରୀ
228
VIEWS
Share on FacebookShare on Twitter

ସୁରଟ,(ବାଘୁଆବାର୍ତ୍ତା): ଟିକସ ଠକିବାକୁ ଆପଣାଇଲେ ଭିନ୍ନ ବାଟ | କିନ୍ତୁ ପାଦରେ ପଡିଗଲା ହାଇପ୍ରୋଫାଇଲ ଠକେଇ ଉଦ୍ୟମ | ପାକିସ୍ତାନରୁ ଖଜୁରୀ ଆଣି ଏହାକୁ ଡୁବାଇରୁ ଆସିଥିବାର କହି ହରଡ଼ଘଣାରେ ପଡିଯାଇଛନ୍ତି ଜଣେ ବ୍ୟବସାୟୀ | ଆଉ ଏହି ଘଟଣା ଏବେ ଜଣାପଡିବା ପରେ ଡିରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଓ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ଗୁଜୁରାଟର ହାଜିରାରେ ଥିବା ଆଦାନୀ ବନ୍ଦରରେ ୧୯୮ ମେଟ୍ରିକ୍ ଟନ୍ ଖଜୁରୀ ଆସିଥିଲା | ଡିସି ଇଣ୍ଟରନ୍ୟାସନାଲ ନାମକ କମ୍ପାନୀ ଏହି ଖଜୁରୀ ଦୁବାଇରୁ ଆସିଥିବାର ଜଣାଇଦେଇଥିଲା | ଦୁବାଇରୁ ଖଜୁରୀ ଆସିଥିବାର କହି ୧୮୦% ଅର୍ଥାତ ପ୍ରାୟ ୮୩ ଲକ୍ଷ କଷ୍ଟମ ଡ୍ୟୁଟି ଏମାନେ ଲୁଟିନେଇଥିଲେ । ଯେତେବେଳେ ଡିଆରଆଇ(ଡିରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ) ଦଳ ବନ୍ଦରରେ ପହଞ୍ଚିଲା, ୫ଟି କଣ୍ଟେନରରେ ପାକିସ୍ତାନର ଖଜୁରୀ ମିଳିଲା | ଡିଆରଆଇ ଏହାକୁ ଜବତ କରି ଅଧିକ ଅନୁସନ୍ଧାନ ଆରମ୍ଭ କରିଥିଲେ। ଡିଆରଆଇ ଏବଂ କଷ୍ଟମ୍ସ ପକ୍ଷରୁ କୁହାଯାଇଛି ଯେ ଖଜୁରୀ ପାକିସ୍ତାନରୁ ଆମଦାନୀ ହୋଇଥିଲା ଏବଂ ଏହାର ବଜାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଥିଲା।ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାଣିଜ୍ୟ କାରବାର ଉପରେ ପ୍ରତିବନ୍ଧକ ରହିଛି। ପାକିସ୍ତାନରୁ ଭାରତକୁ କୌଣସି ସାମଗ୍ରୀ ଆମଦାନୀ ପାଇଁ ବହୁତ ଶୁଳ୍କ ଦେବାକୁ ପଡୁଛି । ଯେତେବେଳେ କି, ଦୁବାଇରୁ କୌଣସି ସାମଗ୍ରୀ ଆମଦାନୀ କଲେ କେବଳ ୨୦% ଟ୍ୟାକ୍ସ ଦେବାକୁ ପଡୁଛି | ତେଣୁ ଠକମାନେ ଦୁବାଇରୁ ଖଜୁରୀ ଆସିଥିବାର କହି ୮୩ ଲକ୍ଷ ଟଙ୍କାର ଟିକସ ଫାଙ୍କିଥିଲେ | ଏହି ଉପାୟରେ ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଠକିବାକୁ ଚେଷ୍ଟା କରୁଥିଲେ। ଯାହାକୁ ଡିରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପଣ୍ଡ କରିଦେଇଛି |

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!