Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାମୁକୋଳିରେ ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ ଏହାର ଉପକାରିତା

by ସଞ୍ଜୟ ସ୍ୱାଇଁ
June 5, 2021
in Health, State
ଜାମୁକୋଳିରେ ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ ଏହାର ଉପକାରିତା
537
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା) : ଫଳ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର ହୋଇଥାଏ । ଅନେକ ଫଳର ଔଷଧୀୟ ଗୁଣ ରହିଛି । ସେହି ଫଳ ମଧ୍ୟରୁ ଗୋଟିଏ ହେଲା ଜାମୁକୋଳି । ଜାମୁକୋଳି ଦେଖିବାକୁ କଳା ଓ ଏହାର ଆକାର ଛୋଟ । ଖାଇବାରେ ମଧ୍ୟ ଏହା ସ୍ୱାଦିଷ୍ଟ । ଏହି ଛୋଟ ଫଳରେ ଅନେକ ଔଷଧୀୟ ଗୁଣ ଅଛି । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଜାମୁକୋଳି ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ମିଳେ । ଆୟୁର୍ବେଦରେ ଅନେକ ରୋଗର ଉପଚାର ପାଇଁ ଜାମୁକୋଳି ବ୍ୟବହାର କରାଯାଏ । ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ବହୁତ ଉପଯୋଗୀ । ପାଚନ ପ୍ରକ୍ରିୟା, ଦାନ୍ତ, ଆଖି, ପେଟ ଓ କିଡନୀ ପାଇଁ ଜାମୁକୋଳି ବହୁତ ଲାଭକାରୀ । ଏଥିରେ ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ୍ସ, ଆଇରନ, କ୍ୟାଲସିୟମ ଭଳି ତତ୍ୱ ରହିଛି । ଜାମୁକୋଳି ଶିଶୁଙ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ । ଆସନ୍ତୁ ଜାଣିବା ଏହି ଛୋଟ ଫଳର କଣ କଣ ଲାଭ ରହିଛି । ୧. ତ୍ୱଚା ଓ ଆଖି ପାଇଁ ଲାଭଦାୟକ – ଜାମୁକୋଳି ଖାଇଲେ ଓ ଏହାର ପତ୍ର ଓ ଛାଲକୁ ତ୍ୱଚାରେ ଲଗାଇଲେ ଅନେକ ଲାଭ ମିଳିଥାଏ । ଏହାର ଛାଲ ରକ୍ତ ସଫା କରି ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର କରିଥାଏ । ତ୍ୱଚାରେ ଜାମୁକୋଳି ରସ ଲଗାଇଲେ ବ୍ରଣ ହୋଇନଥାଏ । ଏହାର ରସ ଆଖି ପାଇଁ ମଧ୍ୟ ଲାଭଦାୟକ । ୨. ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ – ଜାମୁକୋଳି ଦାନ୍ତ ପାଇଁ ମଧ୍ୟ ଲାଭଦାୟକ । ଏହାର ପତ୍ରର ରସକୁ ଦାନ୍ତ ଓ ମାଢିରେ ଲଗାଇଲେ ଦାନ୍ତ ଓ ମାଢି ମଜବୁତ ହୋଇଥାଏ । ଏହାର ରସରେ କୁଳି କଲେ ପାଇରିୟା ମଧ୍ୟ ଭଲ ହୋଇଯାଇଥାଏ । ୩. ଜଣ୍ଡିସ ପାଇଁ ଉପଯୋଗୀ – ଜଣ୍ଡିସ ପାଇଁ ଜାମୁକୋଳି ବହୁତ ଉପଯୋଗୀ । ୧୦ ରୁ ୧୫ ମିଳି ଜାମୁକୋଳି ରସରେ ୨ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସର ପ୍ରଭାବ କମ ହୋଇଥାଏ । ଏହାଦ୍ୱାରା ରକ୍ତହୀନତା ସମସ୍ୟା ମଧ୍ୟ ଦୂର ହୋଇଥାଏ । ୪. ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ – ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି ବହୁତ ଲାଭଦାୟକ । ୧୦୦ ଗ୍ରାମ ଜାମୁ ଚେରକୁ ସଫା କରି ସେଥିରେ ୨୫୦ ମିଳି ପାଣି ମିଶାଇ ଗ୍ରାଇଣ୍ଡ କରନ୍ତୁ । ଏଥିରେ ୨୦ ଗ୍ରାମ ମିଶ୍ରି ପକାଇ ସକାଳେ – ସନ୍ଧ୍ୟାରେ ଖାଇବା ପୂର୍ବରୁ ସେବନ କରନ୍ତୁ । ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ । ୫. ଷ୍ଟୋନ ଚିକିତ୍ସା ପାଇଁ ଉପଯୋଗୀ – କିଡନୀରେ ଷ୍ଟୋନ ଥିଲେ ଜାମୁକୋଳି ବ୍ୟବହାର କରିପାରିବେ । ଜାମୁକୋଳି ଖାଇବା ଦ୍ୱାରା ଛୋଟ ଆକାରର ଷ୍ଟୋନ ବାହାରି ଯାଇଥାଏ । ଏଥିପାଇଁ ୧୦ ମିଲି ଜାମୁ ରସରେ ୨୫୦ ମିଲିଗ୍ରାମ ସନ୍ଧବ ଲୁଣ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ । ଷ୍ଟୋନ ତରଳି ପରିସ୍ରା ଦେଇ ବାହାରିଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!