ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇସିୟୂରେ ଚିକିତ୍ସାଧିନ ଅବସ୍ଥାରେ ଅଚନ୍ତି କିମ୍ବଦନ୍ତି ଧାବକ ମିଲଖା ସିଂହ । ମିଲଖା ସିଂହ ବର୍ତ୍ତମାନ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ପିଜିଆଇଏମ୍ଇଆର) ଡାକ୍ତରଖାନାରେ ଆଇସିୟୂରେ ରଖାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସ୍ଥିରତା ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମିଲଖା ସିଂହଙ୍କ ଚିକିତ୍ସାରେ ବର୍ତ୍ତମାନ ୩ଜଣିଆ ଡାକ୍ତରୀ ଟିମ୍ ଲାଗିଥିବା ନେଇ ପିଜିଆଇଏମ୍ଇଆର୍ ନିର୍ଦ୍ଦେଶକ ପ୍ରଫେସର ଜଗତ ରାମ ପ୍ରକାଶ କରିଛନ୍ତି । ମିଲଖା ବର୍ତ୍ତମାନ ଅକ୍ସିଜେନ ସପୋର୍ଟରେ ରହିଛନ୍ତି । ଗୁରୁବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପିଜିଆଇଏମଆର୍ କୋଭିଡ୍ ଡାକ୍ତରଖାନାର ଆଇସିୟୂରେ ରଖାଯାଇଥିଲା । ମିଲଖାଙ୍କ ଝିଅ ମୀନା ମିଲଖା ସିଂହଙ୍କୁ ଭେଟିବାକୁ ଡାକ୍ତରଖାନା ଆସିଥିବା ସୂଚନା ମିଳିଛି ।






