Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କନ୍ୟାକୁ ଛାଡି ଶାଶୁ ଉପରେ ବରଣମାଳା ପକାଇଲେ ବର

by ସଞ୍ଜୟ ସ୍ୱାଇଁ
June 5, 2021
in NATIONAL NEWS
କନ୍ୟାକୁ ଛାଡି ଶାଶୁ ଉପରେ ବରଣମାଳା ପକାଇଲେ ବର
736
VIEWS
Share on FacebookShare on Twitter

ମୁମ୍ବାଇ: (ବାଘୁଆବାର୍ତ୍ତା): ମଦ ନିଶାରେ ଟୁଳୁଟୁଳୁ ବର । କିଛିବି ଜାଣି ପାରିଲାନି ବର । ବାଜା ବାଣ ରୋଷଣିରେ ଦୁଲୁକୁଥିଲା ସାହି। ଆଗରେ ମୁଣ୍ଡରେ ପଗଡି ବାନ୍ଧି ଘୋଡା ଉପରେ ଆସିଥିଲା ବର । ପଛରେ ଥିଲେ ଧାଡି କି ଧାଡି ବରଯାତ୍ରୀ। କନିଆଁ ଘର ଆଗରେ ଜମିଥିଲା ନାଚ ଗୀତର ଆସର । ବନ୍ଧୁବାନ୍ଧବ, ପରିବାର ବର୍ଗ, ସାଙ୍ଗସାଥୀ ଥିଲେ ନାଚରେ ମସଗୁଲ ସାହି ପଡୋଶୀଙ୍କ ଆଖି ଯେପରି ଲାଗିଯାଇଥିଲା ବରଯାତ୍ରୀଙ୍କ ଉପରେ। ତେବେ ଝିଅ ଘର ଅଗରେ ପଡିଥିବା ବେଦିରେ ବରଯାତ୍ରୀ ପହଁଚିବା ପରେ ଯାହା ଘଟିଲା ତା ଶୁଣିଲେ ଯେକେହି ବି ତାଜୁବ ହୋଇଯିବ। ସୋଶିଆଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି ସେହି ସମୟର ଏକ ଭିଡିଓ। ବିରାଟ ପଟୁଆରେ ବରଯାତ୍ରୀ ବିବାହ ମଣ୍ଡପରେ ପହଂଚିଥିଲା। ହେଲେ ହୋଶ ନଥିଲା ବରର। ବିବାହ କରିବାକୁ ଆସିଥିବା ଯୁବକଙ୍କୁ ଘାରିଥିଲା ନାଲି ପାଣି ନିଶା। ବୋଧ ହୁଏ ବିବାହ ଖୁସିରେ ଟିକେ ଅଧିକା ହୋଇଯାଇଥିଲା। ପରମ୍ପରା ମୁତାବକ ବେଦିରେ ପହଂଚିବା ପରେ ହୋଇଥାଏ ବରଣମାଳା ରିତିନୀତି। ବର କନ୍ୟ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଥା’ନ୍ତି। ଏଠାରେ ବି ସେମିତି କିଛି ହେବାର ବନ୍ଦୋବସ୍ତ ହୋଇଥିଲା। ହାତରେ ବରଣମାଳା ଧରି ବରକୁ ଅପେକ୍ଷା କରିଥିଲେ କନିଆଁ। ହେଲେ ମଦ ନିଶା ଟଳମଳ ବର କନିଆଁକୁ ଛାଡି ଶାଶୁଙ୍କ ବେକରେ ବରଣମଳା ପକାଇଦେଉଥିଲେ। ଠିକ୍ ଏତିକି ବେଳେ ଶାଶୁ ଜ୍ୱାଇଁର ହାତକୁ ଠେଲି ଦେଇଥିଲେ। ଏହାପରେ ବରଣମାଳା ଧରି କନିଆଁ ପାଖରେ ପହଂଚିଥିଲେ ବର। କନିଆଁ ବେକରେ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଦ ନିଶା ମୁଣ୍ଡକୁ ଏତେ ଚଢ଼ିଥିଲା ଯେ, ବେଦି ଉପରେ ସମସ୍ତଙ୍କ ସାମ୍ନାରେ ତଳେ ଗଳି ପଡିଥିଲେ ବର। ବରର ଏଭଳି କାଣ୍ଡ ଓ ଦଶା ଦେଖି ସେଠାରେ ଥିବା ସମସ୍ତେ ହସି ହସି ଗଡିଯାଇଥିଲେ। ଏହି ପୂରା ଦୃଶ୍ୟକୁ ସେଠାରେ ଥିବା ଜଣେ ବ୍ୟକ୍ତି ମୋବାଇଲରେ ରେକର୍ଡ କରି ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍ କରିଥିଲେ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭଇଡିଓକୁ ଦେଖି ଲୋକେ ହସି ହସି ବେଦମ ହୋଇଯାଉଛନ୍ତି। ଅନେକ ଲୋକେ ଏହି ଭିଡିଓରେ କମେଣ୍ଟ କରିବା ସହ ହସିବା ଇମୋଜି ଦେଇଛନ୍ତି। ତେବେ ଏହି ଘଟଣାଟି କେଉଁଠି ଘଟିଥିଲା ଏବଂ ବର ତଥା କନ୍ୟାଙ୍କ ତଥ୍ୟ ସମ୍ପର୍କରେ ଭିଡିଓରେ କୌଣସି ସୂଚନା ଦିଆଯାଇ ନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!