Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରିଲିଜ ହେଲା ‘ଦ ମାଉଣ୍ଟେନ ହକି’, ଆଦିବାସୀ ଝିଅଙ୍କୁ କିପରି ଦିଆଯାଉଛି ହକି ଶିକ୍ଷା

by ସଞ୍ଜୟ ସ୍ୱାଇଁ
June 5, 2021
in Sports, State
ରିଲିଜ ହେଲା ‘ଦ ମାଉଣ୍ଟେନ ହକି’, ଆଦିବାସୀ ଝିଅଙ୍କୁ କିପରି ଦିଆଯାଉଛି ହକି ଶିକ୍ଷା
60
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ପ୍ରଥମ କରି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଲା ଓଡ଼ିଆ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘ଦ ମାଉଣ୍ଟେନ୍‌ ହକି-ଲ୍ୟାଣ୍ଡ ଅଫ୍‌ ଓଡ଼ିଶା’ । ଆଦିବାସୀ ଝିଅଙ୍କୁ ହକି ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଜଣେ ଶିକ୍ଷକଙ୍କ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଯାହା ଖୁବ୍‌ ଶୀଘ୍ର ଡିସ୍‌ନି ପ୍ଲସ ହଟ୍‌ଷ୍ଟାରରେ ରିଲିଜ୍‌ ହେବାକୁ ଯାଉଥିବା ନିର୍ଦ୍ଦେଶକ ଅବିନାଶ ପ୍ରଧାନ କହିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ମଧ୍ୟ ଶ୍ରୀ ପ୍ରଧାନ ଲେଖିଥିବାବେଳେ ସହ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ମହାପାତ୍ର । ୩ ବନ୍ଧୁ ରାଜକିଶୋର ହୋତା, ମନିଷ ଭୂଷଣ ମିଶ୍ର ଓ ସୁବ୍ରଜିତ ପ୍ରଧାନଙ୍କ ପ୍ରାଯୋଜିତ ଏହି ଚଳଚ୍ଚିତ୍ରରେ ସିନେମାଟୋଗ୍ରାଫିରେ ବ୍ରଜରାଜ ବେହେରା ରହିଛନ୍ତି । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ବେଳେ କିଭଳି ଭାବେ ଜଣେ ଶିକ୍ଷକ ନିଜ ଅଞ୍ଚଳର ଆଦିବାସୀ ଝିଅମାନଙ୍କୁ ହକି ଶିଖାଇବା ପାଇଁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆର୍ଥିକ ସମ୍ବଳ, ଆବଶ୍ୟକ ବ୍ୟବସ୍ଥା, ସହଯୋଗ ଓ ପ୍ଲାଟଫର୍ମ ଅଭାବ ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କିଭଳି ସେ ସଂଘର୍ଷ ଜାରି ରଖିଛନ୍ତି ତାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହି କାହାଣୀର ଲେଖକ ଓ ନିର୍ଦ୍ଦେଶକ ଅବିନାଶ ପ୍ରଧାନ ହେଉଛନ୍ତି ସମ୍ବଲପୁର ସହର ଏଏନ୍‌ଗୁହା ଲେନ୍‌ ବାସିନ୍ଦା । ଏହି ଚଳଚ୍ଚିତ୍ରଟି ମଧ୍ୟ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଆମଲିଖମାନ୍‌ ଗାଁର ଏକ ମିସନାରି ସ୍କୁଲର ପ୍ରିନ୍ସିପାଲ ଭାବେ କାର୍ୟ୍ୟ କରୁଥିବା ଫାଦର ରାଜେନ୍ଦ୍ର କୁଜୁରଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ନିର୍ଦ୍ଦେଶକ ଅବିନାଶ ପ୍ରଧାନ କହିଛନ୍ତି । ଚଳଚ୍ଚିତ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବା କେବଳ ସମ୍ବଲପୁର ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଗୌରବର ବିଷୟ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!