Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡାବୁଗାଁ ଅଞ୍ଚଳରେ କରୋନା ସମୟରେ ଗାଁ ଗହଳିରେ ଚାଲିଛି କୁକୁଡା ଲଢ଼େଇ ଓ ଦେଶୀ ମଦ ବେପାର

by ସଞ୍ଜୟ ସ୍ୱାଇଁ
June 5, 2021
in Crime, State
ଡାବୁଗାଁ ଅଞ୍ଚଳରେ କରୋନା ସମୟରେ ଗାଁ ଗହଳିରେ ଚାଲିଛି କୁକୁଡା ଲଢ଼େଇ ଓ ଦେଶୀ ମଦ ବେପାର
114
VIEWS
Share on FacebookShare on Twitter

ନବରଙ୍ଗପୁର (ବାଘୁଆବାର୍ତ୍ତା): ଡାବୁଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳରେ କୋରନା ସମୟରେ ଗାଁ ଗହଳିରେ ଚାଲିଛି କୁକୁଡା ଗାଲି ଓ ଦେଶୀ ମଦ ବେପାର ଗାଁ ଗାଁ ରେ ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଚେର ମାଡ଼ି ବସିଛି । ଏହି ଅନ୍ଧବିଶ୍ୱାସ ନଗ୍ନ ଉଦାହରଣ ହେଉଛି କୁକୁଡ଼ା ଗାଲି । ଡାବୁଗାଁ ଥାନା ଅନ୍ତର୍ଗତ ଉମରାହାଣ୍ଡି ଗ୍ରାମର ଆମ୍ବତୋଟାରେ ପ୍ରାୟ ପ୍ରତିଦିନ ଅପରାହ୍ନ ୪ ଟାରୁ ସନ୍ଧ୍ୟା ପର୍ୟ୍ୟନ୍ତ ଚାଲୁଛି କୁକୁଡ଼ା ଲଢ଼େଇ। ସବୁଠୁ ଆଶ୍ଚର୍ୟ୍ୟର କଥା ଡାବୁଗାଁରୁ ମାତ୍ର ୩ କିଲୋମିଟର ଦୂରରେ ଉମରାହାଣ୍ଡି ଗ୍ରାମରେ ଚାଲୁଛି କୁକୁଡ଼ା ଲଢ଼େଇ କିନ୍ତୁ ପୋଲିସ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନି। କୁକୁଡ଼ା ଗାଲି ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ପ୍ରଶାସନ , ଅବକାରୀ ବିଭାଗ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ପ୍ରୋତ୍ସାହନ ଫଳରେ ଥମିବା ବଦଳ ରେ ଡାବୁଗାଁ ଅଞ୍ଚଳରେ ବଢିବାରେ ଲାଗିଛି। ଖାସ କରି କୋରନା ଲକଡାଉନ, ସଟଡାଉନ ସମୟରେ କାମଧନ୍ଦା ଅଭାବ ଏବଂ ସମୟ ବିତାଇବା ପାଇଁ କୌଣସି ମାଧ୍ୟମ ନଥିବାରୁ ଗାଁ ଗହଳିରେ କୁକୁଡ଼ା ଗାଲି, ଜୁଆ,ମଦ ଭଳି ନିନ୍ଦନୀୟ କାର୍ୟ୍ୟରେ ଲିପ୍ତ ରହି ଆଦିବାସୀ ମାନେ ନିଜର ସଞ୍ଚିତ ଅର୍ଥ ବ୍ୟୟ କରିଦେଉଛନ୍ତି । ଫଳରେ ଆର୍ଥିକ ଏବଂ ସାମାଜିକ ଅବସ୍ଥା ବିଗଡିବା ରେ ଲାଗିଛି ,ସାଧାରଣତ ଗାଁ ଗହଳି ର ଛୋଟଛୋଟ ଛୁଆ ମାନେ ମଧ୍ୟ ଆକର୍ଷିତ ହୋଇ ଏଠାକୁ ଚାଲି ଆସନ୍ତି ଏବଂ ଜୁଆ ରେ ହାରିବା ପରେ ଦେଶୀ ମଦ ପିଇ ନିଶାସକ୍ତ ଅବସ୍ଥା ରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ଯାହା ଫୋଳରେ ଏହି ଅଞ୍ଚଳରେ ବିକାସ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସରକାର ତାହା ସଫଳ ରୂପାୟନ ହେଇପାରୁନି । କୁକୁଡ଼ା ଗାଲି ଲାଗି ଏହି କୋରନା ସମୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବିପନ୍ନ ହେଉଛି । ବହୁ ଅସାମାଜିକ କାର୍ୟ୍ୟ ବୃଦ୍ଧି ପାଉଛି ଏବଂ ପାରିବାରିକ ହିଂସା ମଧ୍ୟ ବଡୁଛି । ଏହି ସବୁ ସ୍ଥାନରେ ଆଇନକୁ ଖୁଲାମଖୁଲା ଉଲଙ୍ଘନ କରାଯାଉଛି, ମାସ୍କ ବ୍ୟବହାରତ ଦୂରର କଥା ଏଠାରେ ସାମାଜିକ ଦୁରତାକୁ ଗୁରୁତ୍ୱ ନଦେଇ ପଶୁପକ୍ଷୀ ମାନଙ୍କପ୍ରତି ହେଉଥିବା ହିଂସା ଆଡା ଦିନ ଦାହାଡ଼େ ଚାଲିଛି, ଏଭଳି କାମକୁ ଜିଲ୍ଲା ପ୍ରଶାସନ ବିଶେଷ ଦୁଷ୍ଟି ଦେଇ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି । କାରଣ ନିରୀହ ଆଦିବାସୀ ମାନଙ୍କ ବିକାଶରେ ବାଧକ ସାଜିଛି ଏହି କୁକୁଡ଼ା ଗାଲି ଓ ଦେଶୀ ମଦ । ଏଠାରେ ଅବକାରୀ ବିଭାଗ ଦାଇତ୍ୱ ରେ ଥିବା ଅଧିକାରୀ ମାନେ ତ ଖାଲି ନାମକୁ ମାତ୍ର ଅଛନ୍ତି ବସି ବସି ସରକାରଙ୍କ ଠାରୁ ପାଉଣା ନେଉଛନ୍ତି ବୋଲି ସାଧାରଣରେ ଆଲଚନା ହେଉଛି । କାରଣ ଡାବୁଗାଁ ଅଞ୍ଚଳରେ ବର୍ତ୍ତମାନ ଦେଶୀମଦ କାରବାର ଜୋରସୋରରେ ଚାଲିଛି ତଥାପି ଅବକାରୀ ବିଭାଗ ନିରବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!