ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇ ଜଣେ ଯୁବକ ଗିରଫ୍ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ନୂଆଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳର ଜଣେ ୨୨ବର୍ଷିୟ ଯୁବକ ସଲମାନ କିଛିଦିନ ତଳେ ଜେଲରୁ ମୁଳିଥିବା ବେଳେ ସେ ପୁଣି ଥରେ ଜେଲ ଯିବାକୁ ଚାହୁଁଥିଲା । ତେଣୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବ ବୋଲି ଧମକ୍ ଦେଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ୍ ଦେଇଥିବା ନେଇ ପୁଲିସ୍ ଖବରା ପାଇବା ପରେ ଉକ୍ତ ଯୁବକ ସଲମାନଙ୍କୁ ଦିଲ୍ଲୀର ଉତ୍ତର-ପୂର୍ବ ଖଜୁରୀ ଖାସ ଅଞ୍ଚଳରୁ ଗିରଫ କରିଛି ।






