Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦରଖାସ୍ତ ଆହ୍ୱାନ

by ସଞ୍ଜୟ ସ୍ୱାଇଁ
June 4, 2021
in Feature News
ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦରଖାସ୍ତ ଆହ୍ୱାନ
423
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପରଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦାବି ଦରଖାସ୍ତ ଆହ୍ୱାନ ନିମନ୍ତେ ଓଡ଼ିଶା ସରକାରଙ୍କର ଏକ ନୂତନ େୱବ୍‌ସାଇଟ୍‌ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ୍‌ ମୋଡ୍‌ରେ ହୋଇଥିବା ଏହି େୱବ୍‌ସାଇଟ୍‌ ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହା ପରେ ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ େୱବ୍‌ସାଇଟ୍‌ ଉନ୍ମୋଚନ କରି ସବିଶେଷ ସୂଚନା ପ୍ରଦାନ କରିଥିଲେ ।
କ୍ଷତିଗ୍ରସ୍ତ ଜମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ ପାଇଁ ଓଡ଼ିଶା ସରକାରଙ୍କର ଏହି େୱବ୍‌ସାଇଟ୍‌ ହେଉଛି www.ଞ୍ଚଞ୍ଛiଛ.ଞ୍ଚଛiଟhଚ୍ଚ.ଜ୍ଜଞ୍ଚଠ.in । ପୂର୍ବରୁ ମେସର୍ସ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନୀସମୂହର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫ୍‌ଲାଇନ୍‌ରେ ଦାବି ଆବେଦନ ଆହ୍ୱାନ କରାଯାଇଥିଲା । ସେହିସବୁ ଦାବି ଆବେଦନ ପତ୍ର ଗ୍ରହଣ, ତାହାର ଡିଜିଟାଇଜେସନ୍‌, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେସନ୍‌ ଆଦି କାର୍ଯ୍ୟ ସମୟ ସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା । ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଓ ସରଳ େୱବ୍‌ସାଇଟ୍‌ ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ୍‌ ସେଣ୍ଟର (ଓକାକ୍‌) ଜରିଆରେ ଡିଜାଇନ୍‌ କରିଛନ୍ତି । ବର୍ତ୍ତମାନ ଏହି େୱବ୍‌ସାଇଟ୍‌ ପ୍ରଚଳନ ପରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଏଣିକି ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍‌ଲାଇନ୍‌ରେ ସେମାନଙ୍କ ଦାବି ଦରଖାସ୍ତ ଦାଖଲ କରିପାରିବେ । ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ଠିକଣା ରାଜ୍ୟ ସରକାରଙ୍କ  ସାଇଟ୍‌ରେ ଉପଲବ୍ଧ ଅଛି । ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ ହୋଇଥିବା ଦାବି ଦରଖାସ୍ତଗୁଡ଼ିକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରକି୍ରୟାକରଣ କରାଯାଇ ପାରିବ । ଏତଦ୍‌ବ୍ୟତୀତ କ୍ଷେତ୍ରୀୟ ତଦନ୍ତ ଟିମ୍‌ମାନେ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୁପଣ ପାଇଁ ଏହି େୱବ୍‌ସାଇଟ୍‌ ଅତ୍ୟନ୍ତ ସହାୟକ ହେବ । ଜମାକାରୀମାନେ ଅନ୍‌ଲାଇନ୍‌ ଆବେଦନ କଲାବେଳେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ଟୋଲ୍‌ ଫି୍ର ନମ୍ବର ମଧ୍ୟ ଜାରି କରାଯାଇଛି । ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଯୋଗୁଁ ରାଜ୍ୟବ୍ୟାପି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଚାଲୁଥିବାବେଳେ ଏହି େୱବ୍‌ସାଇଟ୍‌ ପ୍ରଚଳନ ଦ୍ୱାରା ଜମାକାରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍‌କର ଦାବି ଆବେଦନ(କ୍ଲେମ୍‌ ଆପ୍ଲିକେସନ୍‌) ଦାଖଲ କରି ବହୁଳ ଭାବେ ଉପକୃତ ହେବେ ବୋଲି ଆଶା ଓ ବିଶ୍ୱାସ । ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ସ୍ୱାର୍ଥସାଧନ କରିବାରେ ଏହି େୱବ୍‌ସାଇଟ୍‌ ପ୍ରଚଳନ ବାସ୍ତବିକ ରାଜ୍ୟ ସରକାରଙ୍କର ଏକ ବଳିଷ୍ଠ ଓ ଯୁଗାନ୍ତକାରୀ ପଦକ୍ଷେପ । ସରକାରଙ୍କର ୫-‘ଟି’ ଏଜେଣ୍ଡାର ଆଭିମୁଖ୍ୟ ଅନୁଯାୟୀ ଏହି େୱବ୍‌ସାଇଟ୍‌ ପ୍ରଚଳନ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୁପଣ ଅତ୍ୟନ୍ତ ସ୍ୱଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ । ସୂଚନାଯୋଗ୍ୟ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇ-ଟେକ୍‌ ଇଷ୍ଟେଟସ୍‌ ଓ ପ୍ରମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମେସର୍ସ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ ଯୋଜନାରେ ବସୋପଯୋଗୀ ଜମି (ପ୍ଲଟ୍‌) ପାଇଁ ଟଙ୍କା ଜମା ଦେଇ କୌଣସି ଜମି(ପ୍ଲଟ୍‌) ନପାଇ କିମ୍ବା ଜମାରାଶି ଫେରସ୍ତ ନପାଇ କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୁପଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ଜୁନ ୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଦାବି ଦରଖାସ୍ତ ଆହ୍ୱାନ କରାଯାଉଛି । ଏଥି ନିମନ୍ତେ ସବିଶେଷ ତଥ୍ୟ ସଂପୂର୍ଣ୍ଣ ଏକ ବିଜ୍ଞାପନ ଅତିରିକ୍ତ ଜିଲ୍ଲାପାଳ ଓ କ୍ଷମତାସଂପନ୍ନ ପ୍ରାଧିକାରୀ, କଟକଙ୍କ ଦ୍ୱାରା ଦୈନିକ ସମ୍ବାଦପତ୍ର ‘ସମାଜ’, ‘ସମ୍ବାଦ’, ‘ପ୍ରମେୟ’ ଓ ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ରେ ମଇ ୨୭ ତାରିଖରେ ପ୍ରକାଶିତ ହୋଇଛି । ଏହା ପରେ ଜମାକାରୀମାନଙ୍କ ଅର୍ଥ ଆତ୍ମସାତ୍‌ କରିଥିବା ଯେଉଁସବୁ ପ୍ରତିଷ୍ଠାନର ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ ନିମିତ୍ତ ସରକାର ଦେଇଥିବା ଅନ୍ତରୀଣ କୋରଖ ଆଦେଶକୁ ମାନ୍ୟବର ପଦନାମିତ ନ୍ୟାୟାଳୟମାନେ ନିରଙ୍କୁଶ କରିଛନ୍ତି । ପର୍ଯ୍ୟାୟ କ୍ରମେ ସେହିସବୁ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ ଦାବି ଦରଖାସ୍ତ ଆହ୍ୱାନ କରାଯିବ । ଭର୍ଚୁଆଲ ମୋଡ୍‌ରେ ହୋଇଥିବା ଏହି େୱବ୍‌ସାଇଟ୍‌ ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତଥା କ୍ଷମତାସଂପନ୍ନ ପ୍ରାଧିକାରୀ, କଟକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଚିତ୍ତରଞ୍ଜନ ହୋତା, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାର ଏସ୍‌.ପି ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି, ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ୍‌ ସେଣ୍ଟର ଜେନେରାଲ୍‌ ମ୍ୟାନେଜର (ପ୍ରଶାସନ) ମଧୁମିତା ରଥ, ସ୍ୱତନ୍ତ୍ର ସରକାରୀ ଓକିଲ, କଟକ ଶ୍ରୀ ସୁବ୍ରତ କୁମାର ମହାନ୍ତି, ଅର୍ଥ ବିଭାଗର ଅନୁଶାସନ ସଚିବ ଶ୍ରୀ ଅଶୋକ କୁମାର ମିଶ୍ର ଓ ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ୍‌ ସେଣ୍ଟରର ସିଷ୍ଟମ୍‌ ଆନାଲିଷ୍ଟ ଶ୍ରୀ ସୁବ୍ରତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!