ରଣପୁର,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପୁଲିସ ୧୦ ଟି ଗାଈ ବୋଝେଇ ହୋଇଥିବା ଏକ ଗାଡ଼ି ଜବତ କରିଛି । ଏଥିସହିତ ୩ ଜଣ ଗୋରୁ ମାଫିଆଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତିମାନେ ହେଲେ ଫିଦାଉତୁଲ୍ଲା ଖାଁ, ଜବର ଖାଁ ଓ ଅନ୍ୟ ଜଣେ ନାବାଳକ । ଗତକାଲି ବିଳମ୍ବିତ ରାତି ୧୦ରେ ଚାନ୍ଦପୁର ଥାନା ଅଧୀନ ଗୋପବନ୍ଧୁନଗରସାହିର ଜଣେ ବ୍ୟକ୍ତି ୨ ଟି ଗାଈ ଚୋରୀ ସମୟରେ ଚୋରମାନେ ମାରଣାସ୍ତ୍ର ଦେଖାଇ ସେଠାରୁ ଖସି ପଳାଇଥିଲେ । ପୁଲିସ ପାଟ୍ରୋଲିଂ ଟିମ୍ ଚୋରମାନଙ୍କୁ ପିଛା କରି ବଡ଼ପୋଖରିଆଠାରେ ଧରିଥିଲେ । ସେମାନେ ଗୋଚାଲାଣ କାରି ମାଫିଆ ବୋଲି ପୁଲିସ ସୁତ୍ରରୁ ସୂଚନା ମିଳିଛି । ୧୦ଟି ଗାଇ ସମେତ ୫ ହଜାର ଟଙ୍କା, ୩ ଟି ମୋବାଇଲ, ମାରଣାସ୍ତ୍ର ଭୁଜାଲି ଓ ବ୍ୟବହୃତ ଗାଡ଼ି ଜବତ ହୋଇଛି ।






