Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୯ ସିଂହଙ୍କୁ କରୋନା ସିଂହିର ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
June 4, 2021
in NATIONAL NEWS
୯ ସିଂହଙ୍କୁ କରୋନା ସିଂହିର ମୃତ୍ୟୁ
233
VIEWS
Share on FacebookShare on Twitter

ଚେନ୍ନାଇ,(ବାଘୁଆବାର୍ତ୍ତା): ମହାମାରୀ କରୋନା ଏବେ ବନ୍ୟଜନ୍ତୁଙ୍କୁ ଆକ୍ରମଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଚେନ୍ନାଇ ଉପକଣ୍ଠରେ ଥିବା ଭାନଦାଲୁର ସ୍ଥିତ ଚିଡ଼ିଆଖାନାରେ ଗୋଟିଏ ସିଂହୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଆଶଙ୍କା ବଢ଼ିବାରେ ଲାଗିଛି। କାରଣ ସିଂହୀର ମୃତ୍ୟୁ ପରେ ୯ଟି ସିଂହଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେଣୁ ସିଂହୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ଅରିଗନର ଆନ୍ନା ଜୁଲୋଜିକାଲ ପାର୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚିଡ଼ିଆଖାନର ସଫାରୀ ପାର୍କ ଅଞ୍ଚଳରେ ରହୁଥିବା ୫ଟି ସିଂହ ହଠାତ୍ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ। ସେହିପରି ସେମାନେ ବେଳେବେଳେ କାଶୁଥିଲେ। ତୁରନ୍ତ ସେମାନଙ୍କୁ ଚିଡ଼ିଆଖାନର ଭେଟେରିନାରୀ ଟିମ୍‌ ଚିକିତ୍ସା ଆରମ୍ଭ କରିଥିଲେ। ଚିଡ଼ିଆଖାନାର ଅନୁରୋଧକ୍ରମେ ବିଶେଷଜ୍ଞ ଟିମ୍‌ ମଧ୍ୟ ଆସିଥିଲେ। ସମସ୍ତେ ମିଳିତ ଭାବେ ୧୧ଟି ସିଂହର ନମୁନା, ସ୍ୱାବ, ରେକ୍ଟାଲ ସ୍ୱାବ ସଂଗ୍ରହ କରିଥିଲେ। ଏହାପରେ ନମୁନାର ପରୀକ୍ଷା ପାଇଁ ମଧ୍ୟପ୍ରଦେଶର ଭୋପାଲରେ ଥିବା National Institute of High Security Diseases (NIHSAD) କୁ ପଠାଯାଇଥିଲା। ଏହି ସମୟରେ ୯ଟି ସିଂହର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚିଡ଼ିଆଖାନାର ଆଉ ଗୋଟିଏ ସ୍ଥାନରେ ରହୁଥିବା ୯ ବର୍ଷୀୟ ସିଂହୀର ଜୁନ୍‌ ୩ରେ ମୃତ୍ୟୁ ଘଟିଛି। ତା’ର ନାଁ ନୀଲା। ନୀଲାର କୌଣସି ଲକ୍ଷଣ ନଥିଲା। କେବଳ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ତା’ ନାକରୁ ପାଣି ଗଳିବା ଆରମ୍ଭ ହୋଇଥିଲା। ଲକ୍ଷଣ ଦେଖାଯିବା ମାତ୍ରେ ଚିକିତ୍ସା ଆରମ୍ଭ କରାଯାଇଥିଲେ ହେଁ ନୀଲା ଜୁନ୍‌ ୩ରେ ଆଖି ବୁଜିଥିଲା। ଏବେ ସଂକ୍ରମିତ ହୋଇଥିବା ୯ ସିଂହଙ୍କ ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସେମାନଙ୍କର ଅଧିକ ଟେଷ୍ଟ ପାଇଁ ନମୁନାକୁ ହାଇଦ୍ରାବାଦ ପଠାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଂହମାନଙ୍କ ଯତ୍ନ ନେଉଥିବା ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଟିକା ନେଇଛନ୍ତି। ସେହିପରି ସିଂହମାନଙ୍କ ପାଖକୁ ଯାଉଥିବା ଲୋକମାନେ ପିପିଇ କିଟ୍ ମଧ୍ୟ ପିନ୍ଧନ୍ତି। ତଥାପି ସିଂହମାନେ କରୋନା ପଞ୍ଝାରେ କେମିତି ପଡ଼ିଲେ, ତା’କୁ ନେଇ ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!