କୋଲକାତା, (ବାଘୁଆବାର୍ତ୍ତା): ସରିଯାଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଗଢା ହେଲା ପୁଣି ଥରେ ଟିଏମସି ସରକାର । ନେତୃତ୍ୱ ନେଇ ହାରିଲେ କିନ୍ତୁ ବିପୁଳ ବିଜୟ ପରେ ଗଠନ କଲେ ସରକାର । ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଲା ପରେ ଟିଏମସିରୁ ଦଳ ଡେଇଁ ବିଜେପିକୁ ଯାଇଥିବା ବିଧାୟକମାନେ ପୁଣି ଦଳକୁ ଫେରି ପାରନ୍ତି ବୋଲି ଚାଲିଛି ମାନସ ମନ୍ଥନ । ବିଜେପି ମୋହ ଛାଡି ୩୩ଜଣ ବିଜେପି ବିଧାୟକ ଟିଏମସି ଦଳକୁ ଆସିବାକୁ ଚାହୁଁଛନ୍ତି । ଏହାକୁ ନେଇ ପଶ୍ଚିମବଙ୍ଗରେ ପୁଣି ଥରେ ରାଜନୈତିକ ସରଗରମ୍ ହେବାରେ ଲାଗିଛି । ଏହାରି ଭିତରେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଳ ରଏଙ୍କ ପୁଅ । ମୁକୁଳ ରାଏଙ୍କ ପୁଅ ଶୁଭଙ୍କର ରଏ ଟିଏମସି ଦଳକୁ ଫେରିବା ନେଇ ଇଚ୍ଛୁକ ଥିବା ଜଣାପଡିଛି । ଏହାକୁ ନେଇ ଟିଏମସି ସାଂସଦ ଶୁଖେନ୍ଦୁ ଶେଖ କହିଛନ୍ତି, ବିଜେପିକୁ ଯାଇଥିବା ଲଢି ବିଧାୟକ ହୋଇଥିବା ଓ ପରେ ପୁଣି ଟିଏମସିକୁ ଫେରିବା ନେଇ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କୁ ଟିଏମସିରେ ସାମିଲ କରିବା ପୂର୍ବରୁ ଶହେଥର ଚିନ୍ତା କରିବାକୁ ପଡୁଛି ।






