ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ଚୋରୀ ହୋଇଥିବା ଅଭିଯୋଗ ହୋଇଯାଇଛି । ବିଦ୍ୟାଳୟ କବାଟ ଭାଙ୍ଗି ଏକ ଆକ୍ୱାଗାଡ଼, ଷ୍ଟାଣ୍ଡ ଫ୍ୟାନ, ମଧ୍ୟାହ୍ନ ଭୋଜନ ରୋଷେଇ ସାମଗ୍ରୀ, ଦୁଇଟି ଚୈାକି ସମେତ ଅନ୍ୟାନ ଜିନିଷ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସ୍ନେହାଞ୍ଜଳୀ ସିଂଦେଓ ଏବଂ କମିଟି ସଭାପତି ହାସିମ ଖାଁ ଟାଉନଥାନାରେ ଏତଲା ଦେଇଛନ୍ତି । ଟାଉନଥାନା ପୁଲିସ ପ୍ରାଥମିକ ଅନୁସନ୍ଧାନ କରିଥିଲେ ମଧ୍ୟ ମାମଲା ରୁଜୁ ହୋଇନଥିବା ଜଣାଯାଇଛି । ସହରରେ ବ୍ରାଉନସୁଗାର ନିଶାଡ଼ିମାନଙ୍କ ଦ୍ୱାରା ବହୁ ଚୋରୀ ହେଉଥିବା ଅଭିଯୋଗ ହେଉଛି । ଗତ ଏକ ବର୍ଷ ମଧ୍ୟରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରୁ ୪ ଥର ଚୋରୀ ହୋଇଥିବା ଅଭିଯୋଗ ହେଉଛି । ଏପରିକି ବିଦ୍ୟାଳୟ ବାହାରେ ଲାଗୁଥିବା ଲାଇଟକୁ ଜାଣିଶୁଣି ଭାଙ୍ଗି ଦିଆଯାଉଥିବା ସୂଚନା ମିଳିଛି ।






