Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀ ଅଙ୍କିତା ସୋଶିଆଲ ମିଡିଆରୁ କାହିଁକି ଦୂରେଇ ଗଲେ!

by ସଞ୍ଜୟ ସ୍ୱାଇଁ
June 4, 2021
in NATIONAL NEWS
ଅଭିନେତ୍ରୀ ଅଙ୍କିତା ସୋଶିଆଲ ମିଡିଆରୁ କାହିଁକି ଦୂରେଇ ଗଲେ!
180
VIEWS
Share on FacebookShare on Twitter

ମୁମ୍ବାଇ: (ବାଘୁଆବାର୍ତ୍ତା): ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘ ଦିନ ହେବ ଟିଭିରୁ ଦୂରେଇ ଯାଇ ସେ ଏବେ ବଲିଉଡରେ ବେଶ୍ ସକ୍ରିୟ ଅଛନ୍ତି। ଏଥିସହ ସେ ସୋଶିଆଲ ମିଡିଆରେ ମଧ୍ୟ ସକ୍ରିୟ। ଅନେକ ସମୟରେ ଅଙ୍କିତା ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ନିଜର ଫଟୋ ଏବଂ ଭିଡିଓ ସେଆର କରନ୍ତି। କିନ୍ତୁ ଏବେ ଆଉ ତାହା ଦେଖିବାକୁ ମିଳିବନି। ସେ ତାଙ୍କର ଫଟୋ କିମ୍ବା ଭିଡିଓ ଆଉ ସେଆର କରିବେନି। କାରଣ ସୋଶିଆଲ ମିଡିଆ ଠାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଅଭିନେତ୍ରୀ। ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସବୁଦିନ ପାଇଁ ନୁହେଁ କିଛି ଦିନ ପାଇଁ ସେ ବ୍ରେକ୍ ନେବା ଲାଗି ଘୋଷଣା କରିଛନ୍ତି। ସୋଶିଆଲ ମିଡିଆରେ ପୋଷ୍ଟ କରି ସେ ନିଜେ ଏହାର ସୂଚନା ଦେଇଛନ୍ତି। ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଲେଖା ଅଛି, ‘ଏହା ବିଦାୟ ନୁହେଁ, କିନ୍ତୁ କିଛି ସମୟ ପରେ ଆପଣଙ୍କୁ ଦେଖା କରିବି।’ ଏହି ପୋଷ୍ଟ ସହିତ, ଅଙ୍କିତା କ୍ୟାପସନରେ ବାଏ ବାଏ ଇମୋଜି ବ୍ୟବହାର କରିଛନ୍ତି। ଅଙ୍କିତାଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ତେବେ ସୋସିଆଲ ମିଡିଆଠାରୁ ଅଙ୍କିତାଙ୍କ କାହିଁକି ବ୍ରେକ୍ ନେଉଛନ୍ତି ତା’ ଏପର୍ୟ୍ୟନ୍ତ ଜଣାପଡି ନାହିଁ। ଆଗକୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ ଆସୁଛି। ବୋଧେ ଏଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଏଥି ସହିତ, ଫ୍ୟାନ୍ସମାନେ ମଧ୍ୟ ଅଙ୍କିତାଙ୍କ ଏଭଳି ପୋଷ୍ଟର କାରଣ ଜାଣିବାକୁ ଚାହାଁନ୍ତି ଯେ ସେ ସୋଶିଆଲ ମିଡିଆଠାରୁ କାହିଁକି ଦୂରଇ ରହିବାକୁ ଚାହୁଁଛନ୍ତି? ଅନେକ ଫ୍ୟାନ୍ସ ଅଙ୍କିତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ଏବଂ ସେ ଏଭଳି କାହିଁକି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ପଚାରିଛନ୍ତି। ଅଙ୍କିତାଙ୍କ ଏହି ପୋଷ୍ଟକୁ ଅନେକ ଫ୍ୟାନ୍ସ ଏହାକୁ ସୁଶାନ୍ତ ସିଂ ରାଜପୁତଙ୍କ ସହ ଯୋଡିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!