Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫୦ରୁ ଉଦ୍ଧ୍ୱର୍ କଇଁଛ ଉଦ୍ଧାର, ଚକ୍‌ମା ଦେଇ ଚମ୍ପଟ୍ ମାରିଲେ ବ୍ୟବସାୟୀ

by ସଞ୍ଜୟ ସ୍ୱାଇଁ
June 4, 2021
in Crime, State
୧୫୦ରୁ ଉଦ୍ଧ୍ୱର୍ କଇଁଛ ଉଦ୍ଧାର, ଚକ୍‌ମା ଦେଇ ଚମ୍ପଟ୍ ମାରିଲେ ବ୍ୟବସାୟୀ
265
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ଚୋରାରେ ହେଉଥିଲା ୧୫୦ଟି କଇଁଛ ଚାଲାଣ । ଆନ୍ଧ୍ରପ୍ରଦେଶରୁ କେତେକ ବ୍ୟବସାୟୀ ବେଆଇନ ଭାବେ ଏହି କଇଁଛ ସବୁ ମାଲକାନଗିରି ଆଣୁଥିଲେ । ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ମାଳକାନଗିରି ଜିଲ୍ଲା କାଳିମେଳା ବନ ବିଭାଗ କର୍ମଚାରୀମାନେ ଚଢ଼ଉ କରିଥିଲେ। ମାଲକାନଗିରିର ମାଓପ୍ରବଣ ଲୁଗେଲ ପଞ୍ଚାୟତ ଏମ୍‌ପିଭି-୬୫ ଗ୍ରାମକୁ ବିକ୍ରି ପାଇଁ ନେବା ବେଳେ ବନ କର୍ମଚାରୀ ଉକ୍ତ କଇଁଛ ମାଫିଆଙ୍କ ପିଛା କରି ଦୁଇଟି ବାଇକ୍‌ ସହ ୧୫୦ କଇଁଛ ଜବତ କରିଛି । ଦୁଇ କଇଁଛ ମାଫିଆ ବନ କର୍ମଚାରୀଙ୍କୁ ଚକ୍‌ମା ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ । ଆନ୍ଧ୍ରପ୍ରଦେଶରୁ ବେଆଇନ ଭାବେ କଇଁଛ ମାଲକାନଗିରିକୁ ଚାଲାଣ ହେଉଥିବା ଖବର ପାଇବା ପରେ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ତୁରନ୍ତ ଚଢ଼ଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । କାଲିମେଳା ବନବିଭାଗ ରେଞ୍ଜର୍‌ ଏସ୍‌କେ ଦଳେଇଙ୍କ ନେତୃତ୍ୱରେ ଫରେଷ୍ଟର ସୌମ୍ୟପ୍ରଭା ପ୍ରଧାନ, ଅନୁତା ନାୟକ, ରୁଦ୍ରପ୍ରସାଦ ହନ୍ତାଳ, ଜଗନ୍ନାଥ ନାୟକ ଓ ପାରା ଷ୍ଟାଫ୍‌ ତୁରନ୍ତ ଚଢ଼ଉ ଅଭିଯାନରେ ବାହାରିଥିଲେ । କଇଁଛ ବେପାରୀମାନେ ଦୁଇଟି ବାଇକ୍‌ରେ ପ୍ରାୟ ୧୫୦ କଇଁଛ ନେଇ ମାଓପ୍ରବଣ ଲୁଗେଲ ପଞ୍ଚାୟତର ଏମ୍‌ପିଭି ୬୫ ଗାଁ ଅଭିମୁଖେ ଯାଉଥିଲେ । ସେମାନଙ୍କର ପିଛା କରିଥିଲେ ବନ କର୍ମଚାରୀ । ବନ କର୍ମଚାରୀମାନଙ୍କୁ ଦେଖି ଛାନିଆରେ ଦୁଇ ବାଇକ୍‌ ଚାଳକ ବାଇକ୍‌ ଛାଡ଼ି ଦେଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ । ବାଇକ୍‌ରେ ଲଦା ଯାଇଥିବା ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ୧୫୦ କଇଁଛ ଉଦ୍ଧାର କରିଥିଲେ ବନ କର୍ମଚାରୀ । କାଲିମେଳା ରେଞ୍ଜ୍‌ ଅଫିସ୍‌କୁ ଜବତ ବାଇକ୍‌ ଦୁଇଟି ସହିତ କଇଁଛଗୁଡ଼ିକୁ ଅଣା ଯାଇଥିଲା । ସେଗୁଡ଼ିକୁ ଗଣିବା ପରେ ୧୫୦ କଇଁଛ ଥିବା ଜଣାପଡ଼ିଥିଲା । ଏହି ବେପାରୀମାନେ ଆନ୍ଧ୍ରପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାର ବିଭିନ୍ନ ବଙ୍ଗୀୟ ଶରଣାର୍ଥୀ ଗ୍ରାମ ଓ ଛତିଶଗଡ଼ରେ ବିକ୍ରି କରିବାର ଯୋଜନା କରିଥିବା ଜଣାପଡ଼ିଛି । ଜବତ କଇଁଛଗୁଡ଼ିକ ମଧୁର ଜଳର ହୋଇଥିବାରୁ କଇଁଛଗୁଡ଼ିକୁ ସେବାରୀ ନଦୀରେ ଛାଡ଼ି ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!