ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ହାବିଲଦାର ଜୟନ୍ତ କୁମାର ବେହେରାଙ୍କ ଲାଞ୍ଚ ମାଗିବାର ନୂଆ ତରିକା ସାମନାକୁ ଆସିଛି । ଜଣେ ବାଇଲ ଚାଳକଙ୍କ କାଗଜପତ୍ର ଯାଞ୍ଚ କରି ହାବିଲଦାୟ ଜୟନ୍ତ ୫ ଶହ ଟଙ୍କା ଦିଅନ ନହେଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଜିଲ୍ଲା ପୁଲିସ ପୁଣି ଥରେ ଲଜ୍ଜିତ ହୋଇଥିବା ବେଳେ ହାବିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏନେଇ ଦଶପଲ୍ଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରେ, ଘଟଣା ସପ୍ତାହେ ତଳର ବୋଲି କହିଛନ୍ତି । ଏହାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ।






