ନୟାଗଡ଼,(ବାଘୁଆବାର୍ତ୍ତା): ରଙ୍ଗ କାମ ବେଳେ ଖସି ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ । ମୃତ ଯୁବକ ଶରଣକୁଳ ଥାନା ଅଧୀନ ଗୋତିସାହି ଗ୍ରାମର ସିଦ୍ଧାନ୍ତ ବେହେରା(୨୦) । ସିଦ୍ଧାନ୍ତ ନୟାଗଡ଼ ଟାଉନ ଶ୍ରୀବିହାରର ଅଶୋକ ପ୍ରଧାନଙ୍କ ଘର ରଙ୍ଗ କରିବାକୁ ଆସିଥିଲେ । ଘର ଭାଲକୋନିରେ ଚଢ଼ି ଅସାବଧାନତା ବଶତଃ ରଙ୍ଗ କରୁଥିବା ବେଳେ ସେ ଖସି ପଡ଼ିଥିବା ଜଣାପଡ଼ିଛି। ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ଡାକ୍ତରେ ସେଠାରୁ ସିଦ୍ଧାନ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି କହିଛନ୍ତି।






