ନୟାଗଡ଼,(ବାଘୁଆବାର୍ତ୍ତା): ମହାମାରୀ କରୋନା ପ୍ରକୋପରୁ ଜନସାଧାରଣଙ୍କୁ ରକ୍ଷା କରିବା ଏବଂ ସଚେତନ କରିବା ଲକ୍ଷରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଆଜି ଦଶପଲ୍ଲା ବ୍ଲକ୍ର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଟାକରା ଗ୍ରାମ ପଞ୍ଚାୟତର ଟାକରା, ବୁରୁସାହି, ବୁଗୁଡ଼ା, ବୁଗୁଡ଼ାକଲୋନୀ, ମିଟୁକୁଳି, ତିଳାବାଡ଼ି ଗ୍ରାମର ଘରଘର ବୁଲି ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିଛନ୍ତି । ଜନସାଧାରଣଙ୍କୁ ଘରେ ରହିବା ସହିତ, ସାମାଜିକ ଦୂରତ୍ବ ଓ କୋଭିଡ୍ ନିୟମ ମାନି ଚଳିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ସହିତ ସାଂସଦ ପ୍ରତିନିଧି ପ୍ରଶନ୍ନ କୁମାର ସାହୁ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ କୁମାର ସାହୁ, ଟାକରା ଗ୍ରାମ ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ନାୟକ ଓ ଆଦିବାସୀ ନେତା ଧନେଶ୍ୱର ଜାନୀଙ୍କ ସମେତ ବହୁ ଗ୍ରାମ ମୂଖିଆ ଯୋଗ ଦେଇଥିଲେ ।






